ଜନସଂଖ୍ୟା ବିସ୍ଫୋରଣ ସମସ୍ୟା କୌଣସି ଧର୍ମର ନୁହେଁ ବରଂ ଏହା ଦେଶର ସମସ୍ୟା: ନକଭି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ପ୍ରଣୟନ କରିବା ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଛି । ସେପଟେ ବର୍ତ୍ତମାନ ଏହାକୁ ନେଇ ରାଜନୀତି ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି । କାହିଁକିନା ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁଖକ୍ତାର ଅବ୍ବାସ ନକଭି ଏହି ପ୍ରସଙ୍ଗରେ ଟୁଇଟ୍ କରି ଲୋକଙ୍କୁ ମାନସିକତା ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଟୁଇଟ୍ କରି ଲେଖିଛନ୍ତି ଯେ ଜନସଂଖ୍ୟା ବିସ୍ଫୋରଣ ସମସ୍ୟା କୌଣସି ଧର୍ମର ନୁହେଁ ବରଂ ଏହା ଦେଶର ସମସ୍ୟା । ଏହାକୁ ଜାତି ଓ ଧର୍ମ ସହିତ ଯୋଡ଼ିବା ଠିକ ନୁହେଁ ବୋଲି କହିଛନ୍ତି । ଏହା ସହ ଜନସଂଖ୍ୟା ବିସ୍ଫୋରଣ ସମସ୍ୟାକୁ କୌଣସି ଦେଶ ଅଣଦେଖା କରିପାରିବେ ନାହିଁ । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଅଧିକାଂଶ ଦେଶ ଦ୍ୱାରା ନିଆଯାଇଥିବା ପ୍ରଭାବଶାଳୀ ପଦକ୍ଷେପ ସକରାତ୍ମକ ଫଳାଫଳ ଦେଉଛି ।

ନାକଭି ଏହା ମଧ୍ୟ କହିଛନ୍ତି ଯେ ବଢ଼ୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ସ୍ଥାନରେ ଲୋକମାନେ ନିଜ ନିଜ ସରକାର ଏବଂ ପ୍ରଶାସନକୁ ସମର୍ଥନ କରିଛନ୍ତି । ସମାଜବାନୀ ପାର୍ଟିର ଏମପି ଶାଫକୁର ରେହମାନ ବୁର୍କଙ୍କ ମନ୍ତବ୍ୟ ଉପରେ ନାକଭି କହିଛନ୍ତି ଯେ ଦେଶରେ ଜନସଂଖ୍ୟା ବିସ୍ଫୋରଣକୁ କେହି ଅଣଦେଖା କରିପାରିବେ ନାହିଁ । କିଛି ଲୋକ ଏନେଇ ଅସୀମତି ସମସ୍ୟା ସୃଷ୍ଟି କରିବାକୁ ଚାହାଁନ୍ତି । ନାକଭିଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ବିଶ୍ୱ ଜନସଂଖ୍ୟା ଦିବସରେ ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts