ବିବାଦରେ ଓଲିଉଡ୍ ଗାୟକ ହ୍ୟୁମାନ ସାଗର: ହତ୍ୟା ଧମକ ଦେବା ନେଇ ଥାନାରେ ଅଭିଯୋଗ

କଟକ: ବିବାଦରେ ଛନ୍ଦି ହୋଇଛନ୍ତି ଓଲିଉଡ୍ ଗାୟକ ହ୍ୟୁମାନ ସାଗର।ପ୍ରଭୁ ଜଗନ୍ନାଥଙ୍କର ଭଜନ ଗାଇବାକୁ ଜଣେ ସଂଗୀତ ନିର୍ଦ୍ଦେଶକ ହ୍ୟୁମାନ ସାଗରଙ୍କୁ ବାରମ୍ବାର ନିବେଦନ କରିଥିଲେ। କିନ୍ତୁ ହ୍ୟୁମାନ ତାଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛନ୍ତି। କିନ୍ତୁ ଖାଲି ଏତିକି ନୁହେଁ, ହ୍ୟୁମାନ ତାଙ୍କୁ ହତ୍ୟା ଧମକ ମଧ୍ୟ ଦେଇଛନ୍ତି।

ସଙ୍ଗୀତ ନିର୍ଦ୍ଦେଶକ ଜାପାନୀଙ୍କ କହିବା ଅନୁଯାୟୀ, ଗତ ୫ ବର୍ଷ ଧରି ସେ ହ୍ୟୁମାନଙ୍କୁ ଏକ ଜଗନ୍ନାଥ ଭଜନ ଗାଇବାକୁ ନିବେଦନ କରି ଆସୁଛନ୍ତି। ହେଲେ ସବୁଥର ସେ ଏହାକୁ ଏଡ଼ାଇ ଯାଇଛନ୍ତି। ନିକଟରେ ହ୍ୟୁମାନଙ୍କ ଜଣେ ସହଯୋଗୀ ଜାପାନୀଙ୍କ ବନ୍ଧୁ ତଥା ଗୀତିକାର ତପୁଙ୍କୁ ଫୋନ୍ କରି ଧମକ ଦେଇଥିଲେ। କଟକ ଆସିଲେ ଜାପାନୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଅନ୍ୟପକ୍ଷରେ ଏହି ଅଭିଯୋଗ ନେଇ ହ୍ୟୁମାନ ସାଗରଙ୍କ ପ୍ରତିକ୍ରିୟା ମିଳିପାରିନି ।

ଆଉ ଏନେଇ ତାଙ୍କୁ ହତ୍ୟା ଧମକ ଦେବା ନେଇ ଥାନାରେ ଦିଆଯାଇଛି ଏତଲା। ଭୁବନେଶ୍ୱର ଖାରବେଳ ନଗର ଥାନାରେ ଏହି ଏତଲା ଦିଆଯାଇଛି।

ହ୍ୟୁମାନଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି ।

Related Posts