ସେଲଫ ଫାଇନାନ୍ସିଂ କୋର୍ସ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର: ବିଶ୍ୱବିଦ୍ୟାଳୟରୁ ହଟିବ କୋର୍ସ !

ଭୁବନେଶ୍ବର: ବିଶ୍ୱବିଦ୍ୟାଳୟରେ ଆଉ ଛାତ୍ରଛାତ୍ରୀ ମାନେ ସେଲଫ ଫାଇନାନ୍ସିଂ କୋର୍ସ କରିପାରିବେନି । ଉତ୍କଳ ବିଶ୍ୱବିଦ୍ୟାଳୟ ପରେ ରେଭେନ୍ସା ଏବଂ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓରେ ମଧ୍ୟ ବନ୍ଦ ହେବ କିଛି ବିଭାଗ ।

ରାଜ୍ୟ ସରକାର ସେଲଫ ଫାଇନାନ୍ସିଂ କୋର୍ସ ଉପରେ କଟକଣା ଲଗାଇଛନ୍ତି । 2022-23 ଶିକ୍ଷାବର୍ଷ ପାଇଁ ଉତ୍କଳ ସମେତ ରେଭେନ୍ସା ଓ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ଏହି ନିଷ୍ପତ୍ତି ନେଇଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପାଖାପାଖି 8ଟି ପାଠ୍ୟକ୍ରମରେ ସେଲଫ ଫାଇନାନ୍ସିଂ କୋର୍ସ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଯେଉଁଥିରେ ପିଜି, ୟୁଜି ଓ ସାର୍ଟିଫିକେଟ୍ କୋର୍ସ ରହିଛି । କିଛି ସେଲଫ ଫାଇନାନ୍ସିଂ ବିଭାଗର ସିଟ୍ ସଂଖ୍ୟାକୁ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଶ୍ବବିଦ୍ୟାଳୟଗୁଡ଼ିକର ମୋଟ ପାଠ୍ୟକ୍ରମ ପାଇଁ ସଂରକ୍ଷିତ ରହିବା ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟର 3ଟି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନେଇଛନ୍ତି ।

ରେଭେନ୍ସା ବିଶ୍ବବିଦ୍ୟାଳୟ ମଧ୍ୟ ଅନୁରୂପ ଭାବେ ସମୁଦାୟ ସିଟ୍‌ର 20 ପ୍ରତିଶତ ତର୍ଜମା କରି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ସିଟ୍ ହ୍ରାସ ସହ ପଦକ୍ଷେପ ନେଇଛନ୍ତି । ଗତବର୍ଷ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ 950 ସିଟ୍ ଥିବାବେଳେ ଏବର୍ଷ ତାହାକୁ 500କୁ କମାଯାଇଛି । ଯେଉଁ କିଛି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ସିଟ୍ ପୂରଣ ହେଉଛି ଏବଂ ଭଲ ଭିତ୍ତିଭୂମି ରହିଛି ତାହାକୁ ଚଳାଇବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।

Related Posts