‘ମହିଳା ମାନେ ବିନା ପୋଷାକରେ ମଧ୍ୟ ସୁନ୍ଦର ଦେଖାଯାନ୍ତି’; ବାବା ରାମଦେବଙ୍କ ବିବାଦୀୟ ବୟାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯୋଗ ଗୁରୁ ବାବା ରାମଦେବ ପୁଣି ଥରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ମହିଳାଙ୍କ ପୋଷାକକୁ ନେଇ ବାବା ରାମଦେବ ମନ୍ତବ୍ୟ ଦେଇଛନ୍ତି। ମହିଳାମାନେ ଶାଢୀରେ ଭଲ ଦେଖାଯାନ୍ତି, ସେମାନେ ସାଲୱାର ସୁଟରେ ଭଲ ଦେଖାଯାନ୍ତି ଓ ମୋ ମତରେ ସେମାନେ କିଛି ନ ପିନ୍ଧିଲେ ମଧ୍ୟ ସୁନ୍ଦର ଦେଖାଯାନ୍ତି ବୋଲି କହିଛନ୍ତି ରାମଦେବ। ତାଙ୍କର ଏହି ମନ୍ତବ୍ୟକୁ ନେଇ ଏବେ ବିବାଦ ଆରମ୍ଭ ହୋଇଯାଇଛି।

ସୂଚନା ଅନୁସାରେ, ମହାରାଷ୍ଟ୍ରର ଥାନେରେ ଏକ ମାଗଣା ଯୋଗ ତାଲିମ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ବାବା ରାମଦେବ ଏହି ବିବୃତ୍ତି ଦେଇଛନ୍ତି। ସେହି ସଭାରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ପତ୍ନୀ ଅମୃତା ଫଡନଭିସ୍ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଞ୍ଚରେ ଉପସ୍ଥିତ ଥିଲେ। ମଞ୍ଚରେ ଅମୃତା ଫଡନଭିସଙ୍କର ଫିଟନେସକୁ ପ୍ରଶଂସା କରୁଥିଲେ ବାବା ରାମଦେବ, ତା’ପରେ ସେ ଏହି ମନ୍ତବ୍ୟ ଦେଇଥିଲେ।

୫୭ ବର୍ଷ ବୟସରେ ବାବା ରାମଦେବ ପତଞ୍ଜଳି ଯୋଗ ପୀଠ ଓ ମୁମ୍ବାଇ ମହିଲା ପତଞ୍ଜଳି ଯୋଗ ସମିତି ଦ୍ୱାରା ଆୟୋଜିତ ଯୋଗ ବିଜ୍ଞାନ ଶିବିର ଓ ମହିଳା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ସେ ଏହି ମହିଳାଙ୍କ ପାଇଁ ଏପରି କହିଛନ୍ତି, ଯେଉଁମାନେ ଯୋଗ ପାଇଁ ସ୍ୱତନ୍ତ୍ର ପୋଷାକ ଆଣିଥିଲେ। ବାସ୍ତବରେ, ପ୍ରଶିକ୍ଷଣ ଶିବିର ପରେ ଏହି ସଭା ଶୀଘ୍ର ଆରମ୍ଭ ହୋଇଥିଲା, ତେଣୁ ଅନେକ ମହିଳାଙ୍କ ପୋଷାକ ବଦଳାଇବାକୁ ସମୟ ନଥିଲା। ଏହା ଦେଖି ରାମଦେବ କହିଛନ୍ତି ଯେ ଅନେକ ମହିଳା ନିଜର ପୋଷାକ ବଦଳାଇ ପାରି ନାହାନ୍ତି, କିଛି ଅସୁବିଧା ନାହିଁ। ଯଦି ତାଙ୍କ ପାଖରେ ପୋଷାକ ବଦଳାଇବାକୁ ସମୟ ନଥାଏ ତେବେ କୌଣସି ଅସୁବିଧା ନାହିଁ ଓ ସେ ଘରକୁ ଯିବା ପରେ ଏହାକୁ ପିନ୍ଧି ପାରିବେ। ଯାହା ବି ହେଉ ମହିଳାମାନେ ସାଲୱାର୍ ସୁଟ୍, ଶାଢୀରେ ଭଲ ଦେଖାଯାନ୍ତି। ତୁମେ ଯଦି ମୋ ପରି କିଛି ପିନ୍ଧୁ ନାହଁ, ତଥାପି ତୁମେ ଭଲ ଦେଖାଯିବ। ଆମେ ପିଲାବେଳେ କେଉଁ ପୋଷାକ ପିନ୍ଧିଥିଲୁ? ୧୦ ବର୍ଷ ବୟସ ପର୍ଯ୍ୟନ୍ତ ଆମେ ଉଲଗ୍ନ ବୁଲୁଥିଲେ।

ତେବେ ବାବା ରାମଦେବଙ୍କ ଏହି ମନ୍ତବ୍ୟକୁ ବିରୋଧ କରାଯାଉଛି। ତାଙ୍କ ବିବୃତ୍ତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଓ ଏହାକୁ ସମାଲୋଚନା କରାଯାଉଛି। ବାବା ରାମଦେବଙ୍କଠାରୁ କ୍ଷମା ପ୍ରାର୍ଥନା ନେଇ ଦାବିକରାଯାଉଛି। ରାଜନୈତିକ ଦଳ ବାବା ରାମଦେବଙ୍କୁ ଟାର୍ଗେଟ କରିଛନ୍ତି।

Related Posts