ରାମଦେବଙ୍କୁ ଆଶ୍ବସ୍ତି: ଉଠିଲା ଔଷଧ ଉପରେ ଲାଗିଥିବା ବ୍ୟାନ ନିର୍ଦ୍ଦେଶ

ହରିଦ୍ୱାର: ଯୋଗଗୁରୁ ରାମଦେବଙ୍କ ପାଇଁ ଖୁସି ଖବର | ଆଜି ରାମଦେବଙ୍କ ଔଷଧ କମ୍ପାନୀ ଉପରେ ଲାଗିଥିବା ବ୍ୟାନ ନିର୍ଦ୍ଦେଶକୁ ସରକାର ଉଠାଇ ନେଇଛନ୍ତି |

ମିଳିଥିବା ସୂଚନା ମୁତାବକ ଉତ୍ତରାଖଣ୍ଡ ସରକାରଙ୍କ ଆୟୁର୍ବେଦ ଏବଂ ୟୁନାନି ଲାଇସେନ୍ସ କର୍ତ୍ତୃପକ୍ଷ ବିଭ୍ରାନ୍ତିକର ବିଜ୍ଞାପନ ଦର୍ଶାଇ ଯୋଗଗୁରୁ ରାମଦେବଙ୍କ ଦିବ୍ୟ ଫାର୍ମାସୀର ୫ଟି ଔଷଧ ଉତ୍ପାଦନ ବନ୍ଦ କରିବାକୁ କହିଥିଲେ। ତେବେ ଆଜି ସରକାର ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି।

ଏହାପୂର୍ବରୁ ପତଞ୍ଜଳି ଦାବି କରିଥିଲା ​​ଯେ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ସମସ୍ତ ଉତ୍ପାଦ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ପ୍ରସ୍ତୁତ କରାଯାଏ।

ନଭେମ୍ବର ୧୦ ତାରିଖରେ ସ୍ପଷ୍ଟୀକରଣ ଦେଇ ଦିବ୍ୟ ଫାର୍ମାସୀ ପକ୍ଷରୁ କୁହାଯାଇଥିଲା ଯେ ଆମର କମ୍ପାନୀ ଉତ୍ପାଦନ କରୁଥିବା ସମସ୍ତ ଉତ୍ପାଦ ଏବଂ ଔଷଧ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ସମସ୍ତ ଆଇନଗତ ପ୍ରକ୍ରିୟା ସମାପ୍ତ କରି ପ୍ରସ୍ତୁତ କରାଯାଇଥାଏ। ବାସ୍ତବରେ ଚଳିତ ବର୍ଷ ଜୁଲାଇରେ କେରଳର ଚକ୍ଷୁ ବିଶେଷଜ୍ଞ ଡ. କେ.ଭି ବାବୁ ଦିବ୍ୟ ଫାର୍ମାସିର ବିପିଗ୍ରୀଟ, ମଧୁଗ୍ରୀଟ, ଥାଇରୋଗ୍ରୀଟ, ଲିପିଡୋମ ଓ ଆଇଗ୍ରୀଟ ଔଷଧକୁ ନେଇ ଅଭିଯୋଗ କରିଥିଲେ | ୧୧ ଅକ୍ଟୋବରରେ ଇମେଲ ମାଧ୍ୟମରେ ସେ ରାଜ୍ୟ ଲାଇସେନ୍ସ ପ୍ରାଧିକରଣ (SLA) କୁ ଆଉ ଏକ ଅଭିଯୋଗ ପଠାଇଥିଲେ। ବିଭ୍ରାନ୍ତିକର ବିଜ୍ଞାପନ ଦର୍ଶାଇ କର୍ତ୍ତୃପକ୍ଷ ପତଞ୍ଜଳିର ୫ଟି ଔଷଧ ଉତ୍ପାଦନ ବନ୍ଦ କରିବାକୁ କହିଥିଲେ | ଆଉ ଏବେ ସରକାର ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରି ବ୍ୟାନ ହଟାଇ ଦେଇଛନ୍ତି

Related Posts