ଆଜିଠୁ ଆରମ୍ଭ ମହିଳା ବିଜ୍‌ନେସ୍‌ ମେଳା: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଆରମ୍ଭ ମହିଳା ବିଜ୍‌ନେସ୍‌ ମେଳା । ୫ ଦିନ ଧରି ଚାଲିବ ଏହି ମେଳା |
ତେବେ ଆରମ୍ଭ ହେବାକୁ ଥିବା ଏହି ମେଳାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆନ ଚାମ୍ବର ଅଫ କମର୍ସ(ICC) ମହିଳା ଉଦ୍ୟୋଗ ପରିଷଦ(IWEC) ଓଡ଼ିଶା ପକ୍ଷରୁ ଏହି ମେଳା ଆୟୋଜନ କରାଯାଉଛି । ଆଜିଠୁ ଆରମ୍ଭ ହୋଇ ଏହି ମେଳା ମେ ୮ ତାରିଖ ଯାଏଁ ଚାଲିବ ।

ରାଜ୍ୟର ମହିଳା ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ଏବଂ ଏହି କ୍ଷେତ୍ରକୁ ଆସିବାକୁ ଚାହୁଁଥିବା ମହିଳାଙ୍କୁ ଦିଗଦର୍ଶନ ଦେବାକୁ ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସାରା ଦେଶରେ ପ୍ରଥମ ଥର ପାଇଁ ଏଭଳି ଏକ ସ୍ୱତନ୍ତ୍ର ମେଳା ଆୟୋଜନ କରାଯାଉଛି । ଏଠାରେ ୧୦୦ରୁ ଅଧିକ ମହିଳା ସେମାନଙ୍କ ଷ୍ଟଲ୍‌ ସ୍ଥାପନ କରିବେ ।ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଲାରା ଦତ୍ତ, ଅଭିନେତା ଅର୍ଜୁନ ରାମପାଲ, ବଲିଉଡ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ, ମୋଟିଭେସନାଲ ସ୍ପିକର ଗୌରାଙ୍ଗ ଦାସ ପ୍ରଭୁଙ୍କ ସମେତ 40 ଅଧିକ ଅତିଥି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ସେହିପରି ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଏହି ମେଳର ଉଦଯାପନି ଉତ୍ସବରେ ଯୋଗ ଦେବେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ |

Related Posts