
ଭୁବନେଶ୍ଵର,୪/୩(ସତ୍ୟପାଠ ବ୍ୟୁରୋ): ଶନିବାରଠୁ ମହିଳା ଆଇପିଏଲ୍ ବା ମହିଳା ପ୍ରିମିୟର ଲିଗ୍ର ଶୁଭାରମ୍ଭ ହେବ। ସିଜିନ୍-୧ର ଉଦଘାଟନୀ ମ୍ୟାଚ୍ ମୁମ୍ବାଇ ସ୍ଥିତ ଡି.ଓ୍ୱାଇ ପାଟିଲ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ । ଏହା ମହିଳା ପ୍ରିମିୟର ଲିଗ୍ର ପ୍ରଥମ ସଂସ୍କରଣର ପ୍ରଥମ ମ୍ୟାଚ୍ ହୋଇଥିବା ବେଳେ ଏହି ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ଜାଏଣ୍ଟସ ମଧ୍ୟରେ ସଂଧ୍ୟା ୭ଟା ୩୦ ମିନିଟରେ ଖେଳାଯିବ । ତେବେ ମ୍ୟାଚ୍ ପୂର୍ବରୁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏଥିରେ ମୁଖ୍ୟ ଆକର୍ଷଣ ସାଜିବେ ଅଭିନେତ୍ରୀ କ୍ରିତି ସାନୋନ, କିଆରା ଆଡ୍ଭାନୀ ଏବଂ ଏପି ଧିଲୋନ୍ । ଏହାବ୍ୟତୀତ ଅନେକ ନାମୀଦାମୀ କଳାକାରଙ୍କ ଝଲକ୍ ମଧ୍ୟ ଦେଖିବାକୁ ମିଳିବ ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମୋଟ୍ ୫ଟି ଦଳକୁ (ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ୍ ଜାଏଣ୍ଟସ, ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ୟୁପି ୱାରିୟସ) ନେଇ ପ୍ରଥମ ସିଜିନ ଆରମ୍ଭ ହେବ । ଚଳିତ ବର୍ଷ ମୋଟ୍ ୨୨ଟି ମ୍ୟାଚ୍ ମୁମ୍ବାଇର ୨ଟି ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ୨୦ଟି ମ୍ୟାଚ୍ ପାଇଁ ଟିକେଟ୍ ମୂଲ୍ୟ ୧୦୦ ଟଙ୍କା ରଖା ଯାଇଛି । ମହିଳା ଓ ବାଳିକାମାନେ ମାଗଣାରେ ମ୍ୟାଚ୍ ଦେଖି ପାରିବେ ବୋଲି ପୂର୍ବରୁ ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି । ମ୍ୟାଚ୍ ଗୁଡ଼ିକ ସ୍ପୋର୍ଟ୍ସ-୧୮ ନେଟ୍ୱାର୍କରେ ପ୍ରସାରଣ ହେବ । ଜିଓ ସିନେମା ଆପ୍ରେ ମଧ୍ୟ ଦର୍ଶକ ମ୍ୟାଚ୍ର ସିଧାପ୍ରସାରଣ ଦେଖି ପାରିବେ ।
ଗୁଜରାଟ ଜାଏଣ୍ଟ୍ସ-
ବେଥ ମୁନି (ଅଧିନାୟିକା), ଅଶ୍ୱିନୀ କୁମାରୀ, ହର୍ଲିନ ଦେଓଲ, ଡିଣ୍ଡ୍ରା ଡଟିନ୍, ସୋଫିଆ ଡଙ୍କ୍ଲୀ, ହର୍ଲୀ ଗାଲା, ଏସଲେ୍ ଗାର୍ଡନର, ଦୟାଲନ୍ ହେମଲତା, ମାନସୀ ଯୋଶୀ, ତନୁଜା କନୱାର, ସାବିନେନି ମେଘନା, ମୋନିକା ପଟେଲ, ସ୍ନେହ ରାଣା, ସବନମ୍ ଏମ୍ଡି, ପାରୁଣିକା ସିସୋଦିଆ, ଆନାବେଲ ସୁଦରଲାଣ୍ଡ୍, ସୁଷମା ବର୍ମା, ଜର୍ଜିୟା ୱେୟାରହାମ୍ ।
ମୁମ୍ବାଇ ଇଣ୍ଡିଆନ୍ସ-
ହର୍ମନପ୍ରୀତ କୌର (ଅଧିନାୟିକା), ପ୍ରିୟଙ୍କା ବାଲା, ୟସ୍ତିକା ଭାଟିଆ, ନୀଲମ ବିଷ୍ଟ, ହିଦର ଗ୍ରାହାମ, ଧାରା ଗୁଜ୍ଜର, ସାଇକା ଇସାକ୍, ଜିଣ୍ଟିମଣୀ କାଲିତା, ଅମନଜୋତ କୌର, ହୁମାଇରା କାଜି, ଆମେଲିୟା କେର, ହାୟଲୀ ମାଥ୍ୟୁସ, ନାଟାଲି ସାଇବର-ବ୍ରୁଣ୍ଟ, କ୍ଲୋଏ ଟ୍ରାୟନ୍, ପୂଜା ଭସ୍ତ୍ରକାର, ଇସି ୱଙ୍ଗ୍, ସୋନମ ଯାଦବ ।