ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲୋକସଭାରେ ଫେଲ୍ ମାରିଲା ସମ୍ବିଧାନ ସଂଶୋଧନ ବିଲ୍। ଦୁଇ ତୃତୀୟାଂଶ ସମର୍ଥନ ଯୋଗାଡ଼ କରିବାରେ ବିଫଳ ହେଲା NDA । ତେବେ ବିଲ୍ ପାସ୍ ପାଇଁ ଆବଶ୍ୟକ ଥିଲା ୩୨୬ ଖଣ୍ଡ ଭୋଟ୍ । ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ ୫୨୮ ସଦସ୍ୟ । ଦରକାର ଥିଲା ୩୨୬, ହୋଇ ପାରିଲାନି ଦୁଇ ତୃତୀୟାଂଶ ସମର୍ଥନ । ଯାହା ଫଳରେ ସମ୍ୱିଧାନ ସଂଶୋଧନ ବିଲ୍‌-୨୦୨୬ ପାସ୍‌ ହୋଇପାରିଲାନି । ସପକ୍ଷରେ ପଡ଼ିଲା ୨୯୮ ଓ ବିରୋଧରେ ପଡ଼ିଲା ୨୩୦ ଭୋଟ୍ ।