ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା; ମହାପ୍ରଭୁଙ୍କ ଅତିପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ତିଆରି କଲେ ନୂଆପାଟଣାର ବିଶ୍ୱନାଥ ଗୁଇଁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାପ୍ରଭୁଙ୍କ ଅତିପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ତିଆରି କଲେ ନୂଆପାଟଣାର ବିଶ୍ୱନାଥ ଗୁଇଁ । ସେପଟେ ରଥଯାତ୍ରା ପାଇଁ ଲୋଡା ପଡେ ମହାପ୍ରଭୁଙ୍କ ଅତିପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ ପାଟ । କଟକ ତିଗିରିଆ ବ୍ଲକର ପ୍ରସିଦ୍ଧ ହସ୍ତତନ୍ତ ଗାଁ ନୂଆପାଟଣାରେ ଅତ୍ୟନ୍ତ ନିଷ୍ଠାର ସହ ଏହି ପାଟ ତିଆରି କରିଛନ୍ତି । ଖଣ୍ଡୁଆ ପାଟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରଶାସନ ନିକଟରେ ପହଞ୍ଚି ସାରିଛି । ଗୁଣ୍ଡିଚା ଯାତ୍ରା ପାଇଁ ଗୀତଗୋବିନ୍ଦ ଖଣ୍ଡୁଆ ପାଟର ପ୍ରସ୍ତୁତି ପ୍ରାୟ ୬ ମାସ ଆଗରୁ ଆରମ୍ଭ ହୋଇଥାଏ ।

ଅନ୍ୟପଟେ ପାଟ ପ୍ରସ୍ତୁତି ସମୟରେ ହସ୍ତତନ୍ତ କାରିଗର ବିଶ୍ୱନାଥ ଗୁଇଁଙ୍କ ପରିବାର ହବିସନ୍ନ ଭକ୍ଷଣ କରିବା ସହ ସମସ୍ତ ନୀତିନିୟମ ପାଳନ କରନ୍ତି । ପୁରୁଷାନୁକ୍ରମେ ଶ୍ରୀମନ୍ଦିର ପ୍ରଶାସନକୁ ବିଶ୍ୱନାଥଙ୍କ ପରିବାର ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଉଛି । ଗୀତଗୋବିନ୍ଦ ଖଣ୍ଡୁଆପାଟ ବ୍ୟତୀତ ସ୍ନାନ ପୂର୍ଣ୍ଣିମା, ଖଳିଲାଗି ଏକାଦଶୀ, ବାହୁଡା ଯାତ୍ରା, ସୁନାବେଶ. ନୀଳାଦ୍ରି ବିଜେ ଆଦି ନୀତିରେ ବ୍ୟବହୃତ ପାଟ ବିଶ୍ୱନାଥ ନିଜ ଘରେ ପ୍ରସ୍ତୁତ କରିଥାନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts