୨୦୨୩ରେ ହେବ ତୃତୀୟ ବିଶ୍ୱ ଯୁଦ୍ଧ: ପ୍ରସିଦ୍ଧ ଦାର୍ଶନିକ ମାଇକେଲ୍‌ ଡି ନଷ୍ଟାଡମସ୍‌

ନୂଆଦିଲ୍ଲୀ : ଋଷ୍‌-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ, ଯୁଦ୍ଧ ଏବେ ଭୟଙ୍କର ରୂପ ଧାରଣ କରିଛି | ତେବେ ଏହାରି ମଧ୍ୟରେ ଫ୍ରାନ୍ସର ପ୍ରସିଦ୍ଧ ଦାର୍ଶନିକ ମାଇକେଲ୍‌ ଡି ନଷ୍ଟାଡମସ୍‌ ଙ୍କ ଏକ ଭବିଷ୍ୟ ବାଣୀ ମନରେ ଛନକା ସୃଷ୍ଟି କରିଛି | ତାଙ୍କ ଭବିଷ୍ୟବାଣୀ ଅନୁସାରେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିଯିବା କିନ୍ତୁ ଆସନ୍ତା ବର୍ଷ ହେବ ମହାଯୁଦ୍ଧ | ୨୦୨୩ହେବ ତୃତୀୟ ବିଶ୍ୱ ଯୁଦ୍ଧ।

୪୫୦ ବର୍ଷ ପୂର୍ବେ ସେ ଲେଖିଥିବା ତାଙ୍କର ବହୁଚର୍ଚ୍ଚିତ ପୁସ୍ତକ ଲେସ୍ ପ୍ରୋଫେଟିସରେ ରହିଛି ଏହି ଭବିଷ୍ୟବାଣୀ। ନଷ୍ଟାଡମସଙ୍କ ଅନେକ ଭବିଷ୍ୟବାଣୀ ହୋଇଛି ସତ। ହିଟଲରଙ୍କ ଉତ୍ଥାନ, ଜନ୍‌ କେନେଡିଙ୍କ ହତ୍ୟା ଓ ୯/୧୧ ଆକ୍ରମଣ ହୋଇଛି ସତ। ଏବେ ତୃତୀୟ ବିଶ୍ୱଯୁଦ୍ଧ ନେଇ ଆଶଙ୍କା।

୨୦୨୩ ମସିହାରେ ୟୁରୋପରେ ଆରମ୍ଭ ହୋଇଯିବ ଏହି ଯୁଦ୍ଧ । ଋଷ୍ ଓ ଆମେରିକା ସମେତ ଅନେକ ଦେଶ ପାଖରେ ଥିବା ଆଣବିକ ଅସ୍ତ୍ର ବଢ଼ାଇଦେବ ଧ୍ୱଂଶର ଭୟ।

-ଆମେରିକା ଆରମ୍ଭ କରିବ ସବୁଠୁ ବଡ ସାମରିକ ଅଭ୍ୟାସ।

-ଖୁବ୍‌ ଶକ୍ତିଶାଳୀ ହୋଇଯିବେ ଚୀନ୍‌ ଓ ଋଷ୍‌। ମହାଶକ୍ତି ଭାବରେ ଉଭା ହେବେ ଏହି ଦୁଇ ଦେଶ। ଏହାର ପ୍ରଭାବ ବିଶ୍ୱର ଅନ୍ୟ ଦେଶମାନଙ୍କରେ ମଧ୍ୟ ଦେଖାଦେଇପାରେ ।

-ଯୁଦ୍ଧ ପରେ ଦୁନିଆରେ ହେବ ବଡ଼ ପରିବର୍ତ୍ତନ? ଧ୍ୱଂଶ ପରେ ନୂତନ ଆରମ୍ଭ। ନୂଆ ରୂପ କିମ୍ବା ବିକଳ ଚିତ୍ର। ଏକ ଅନିଶ୍ଚିତ ଆଶଙ୍କା। ସଂହାର ବିଲୋପ ଭିତରେ ବର୍ତ୍ତିଯିବାର ତିଷ୍ଠିବାର ସଂଘର୍ଷ ଦେବ ନୂଆ ପୃଥିବୀର ଚିତ୍ର।

ତେବେ କିଏ ଏହି ନଷ୍ଟ୍ରାଡମସ୍‌? କାହିଁକି ତାଙ୍କ ଭବିଷ୍ୟବାଣୀକୁ ନେଇ ଏତେ ଚର୍ଚ୍ଚା ?

୧୫୦୩ ଡିସେମ୍ବର ୧୪ରେ ଜନ୍ମ ହୋଇଥିଲେ ନଷ୍ଟ୍ରାଡମସ୍‌ । ସେ ଜଣେ ଦାର୍ଶନିକ, ଜଣେ ଶିକ୍ଷକ। ସେ ନିଜ ଭବିଷ୍ୟବାଣୀ ପାଇଁ ଥିଲେ ଚର୍ଚ୍ଚାରେ। ତାଙ୍କ ଲିଖିତ, ଲେସ୍‌ ପ୍ରଫେଟିସ୍‌ ପୁସ୍ତକରେ ରହିଛି ୬୬୩୮ ଭବିଷ୍ୟବାଣୀ। ସେ କବିତା ମାଧ୍ୟମରେ କରୁଥିଲେ ଭବିଷ୍ୟବାଣୀ। ସେ କରିଥିବା ଭବିଷ୍ୟବାଣୀ ଗୁଡ଼ିକ ମଧ୍ୟରୁ ଏପର୍ଯ୍ୟନ୍ତ ସତ ହୋଇଛି ୭୦ ପ୍ରତିଶତ। ଯେଉଁଥିପାଇଁ ତାଙ୍କ ଉପରେ ସମସ୍ତଙ୍କର ବିଶ୍ୱାସ। ସେ କରିଥିବା ପୂର୍ବାନୁମାନ ମଧ୍ୟରୁ ଗୋଟିଏ ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ । ଯାହା ବର୍ତ୍ତମାନ ସତ ପ୍ରମାଣିତ ହୋଇଛି । ତେବେ ୨୦୨୩ ବିଶ୍ୱଯୁଦ୍ଧ କୁ ନେଇ ତାଙ୍କ ଭବିଷ୍ୟବାଣୀ କେତେ ସତ ହେଉଛି ତାହା ଆଗାମୀ ଦିନରେ ଜଣାପଡିବ |

Related Posts