ଧର୍ମଗଡ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ବନ କର୍ମଚାରୀ । କଳାହାଣ୍ଡି ଭବାନୀପାଟଣାରେ ରାତିଅଧିଆ ଖବର ପାଇ ଭିଜିଲାନ୍ସ ଅଧିକାରୀ ରେଡ କରିଛନ୍ତି । ସଗଡା ବନବିଭାଗର ଫରେଷ୍ଟର ଯୋଗେନ୍ଦ୍ର ମାଝୀ ୨ ଲକ୍ଷ ନେଇ ନିଜ ଗାଁକୁ ଯାଉଥିଲେ ।

ଭବାନୀପାଟଣା ଇରିଗେଶନ ଛକ ଠାରେ କଳାହାଣ୍ଡି ମାଲନକାନଗିରି ଓ କୋରାପୁଟ ଭିଜିଲାନ୍ସ ଟିମ ଖବର ପାଇ ଏକାକାଳୀନ ଚଢ଼ାଉ କରିଥିଲେ । ଫଳରେ ଫରେଷ୍ଟର ମାଝୀଙ୍କ ଠାରୁ ୨ଲକ୍ଷ ଜବତ କରି ଭବାନୀପାଟଣା ଭିଜିଲାନ୍ସ ଅଫିସୃକୁ ଆଣି ପଚରା ଉଚରା ଜାରି ରଖିଛି l ପୂର୍ବରୁ ମଧ୍ୟ ତାଙ୍କ ନାଁ ରେ ବିଭିନ୍ନ ଅଭିଯୋଗ ଥିବା ସୂଚନା ମିଳିଛି l