ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ ଯୁବତୀ: ଉଦ୍ଧାର କାର୍ଯ୍ୟ ଜାରି

ଯାଜପୁର : ଖରସ୍ରୋତା ନଦୀକୁ ଡେଇଁଲେ ଯୁବତୀ । ଯାଜପୁର ଜିଲ୍ଲା କୁଆଖିଆ ଥାନା ଯୋକଡିଆ ବ୍ରିଜ୍ ଉପରୁ ଖରସ୍ରୋତା ନଦୀକୁ ଡେଇଁ ପଡିଛନ୍ତି ଜଣେ ଯୁବତୀ । ତେବେ ଯୁବତୀ ଜଣଙ୍କ କାହିଁକି ଡେଇଁଲେ ସେନେଇ କାରଣ ଅସ୍ପଷ୍ଟ ରହିଥିବା ବେଳେ, ଏନେଇ ଖବର ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଯୁବତୀ ଜଣଙ୍କ ସ୍ଥାନୀୟ ବାଉଁଶଅଣ୍ଟା ଅଞ୍ଚଳର ବୋଲି ସୂଚନା ମିଳିଛି । ତେବେ ଯୁବତୀ ଜଣଙ୍କ କଣ ପାଇଁ ନଦୀକୁ ଡେଇଁଛନ୍ତି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଯୁବତୀଙ୍କ ସଠିକ୍ ପରିଚୟ ଓ ସୂଚନା ମିଳିପାରିନାହିଁ । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Related Posts