ମହାନଦୀରେ ବୁଡି ଦୁଇ ଯୁବକ ମୃତ: କୁଜଙ୍ଗ ପଥୁରିଆ ଗାଁ ରୁ ଆସିଛି ଏହି ଦୁଃଖଦ ଖବର

ପାରାଦୀପ: ଜଗତସିଂହପୁର କୁଜଙ୍ଗ ନିକଟରେ ଅଘଟଣ । ଗାଧୋଇବାକୁ ଯାଇ ମହାନଦୀରେ ବୁଡି ଦୁଇ ଯୁବକ ମୃତ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଂଚାୟତ ପଥୁରିଆ ଗ୍ରାମର ଦୁଇ ଯୁବକ ମୃତ ।

ନୂଆ ବର୍ଷ ପାଇଁ ସାରା ରାଜ୍ୟ ଉତ୍ସବମୁଖର ଥିବା ବେଳେ ପାରାଦୀପରୁ ଆସିଥିବା ଏହି ଦୁଃଖଦ ଖବର ସମଗ୍ର ଅଂଚଳରେ ଦୁଃଖର ଲହରୀ ଖେଳାଇ ଦେଇଛି ।

ସୂଚନା ଅନୁଯାୟୀ, ସକାଳ ୯ଟା ସମୟରେ ମହାନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ । ବହୁତ ଖୋଜାଖୋଜି ପରେ ଦୁଇ ଜଣଙ୍କ ଶବ ନଦୀରୁ ଉଦ୍ଧାର ହୋଇଛି । କିନ୍ତୁ ସେତେବେଳକୁ ଦୁଇ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା । ମୃତ ଯୁବକଙ୍କ ପରିବାରରେ ବର୍ତ୍ତମାନ ଶୋକର ଛାୟା । ମୃତକ ପଥୁରିଆ ଗାଁର ୧୯ ବର୍ଷୀୟ ରାଜୀବ ଲୋଚନ ସାହୁ ଓ ୧୮ ବର୍ଷୀୟ ଗଣେସ୍ୱର ସାହୁ ।ତେବେ ନିକଟ ଯୋବ୍ରାରେ ବୁଡି ୩ଛାତ୍ରଙ୍କ ମୃତ୍ୟୁ ହୋଇଥିଲା

Related Posts