ୟୁଟ୍ୟୁବର ବବି କଟାରିଆଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ବିମାନରେ ସିଗାରେଟ୍ ଟାଣିବା ମାମଲାରେ ସେପ୍ଟେମ୍ବର ୨୭ ତାରିଖରେ ଗିରଫ ହୋଇଥିଲେ ୟୁଟ୍ୟୁବର ବବି କଟାରିଆ । ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଥିବା ବେଳେ, ୨୮ ତାରିଖରେ ତାଙ୍କୁ ବେଲ୍ ମିଳିଯାଇଛି। ଗତ ମାସରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ କଟାରିଆ ସ୍ପାଇସ୍‌ ଜେଟ୍ ବିମାନରେ ସିଗାରେଟ୍ ଟାଣୁଥିବାର ଦେଖାଯାଇଛି।

ଏହି ଘଟଣା ଅଗଷ୍ଟ ୨୩ ତାରିଖର ହୋଇଥିବା ବେଳେ ଭିଡିଓ ଆସିବା ପରେ ବିମାନ କମ୍ପାନୀ ପକ୍ଷରୁ ବବିଙ୍କ ବିରୋଧରେ ମାମଲା ହୋଇଥିଲା। ଏହାର ତୁରନ୍ତ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାଇରାଲ ଭିଡିଓର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଲୋକମାନେ ମଧ୍ୟ ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏହି ଘଟଣାରେ ମଙ୍ଗଳବାର ଦିଲ୍ଲୀ ପୁଲିସ ବବିଙ୍କୁ ପଚରାଉଚରା କରିବା ସହ ଏକ କୋର୍ଟରେ ହାଜର କରାଇଥିଲା। ସେଠାରୁ ଜୁଡ଼ିସିଆଲ୍ କଷ୍ଟୁଡିକୁ ନେଇଥିଲା। ବୁଧବାର କଟାରିଆ କୋର୍ଟରେ ବେଲ୍ ଆବେଦନ କରିବାରୁ କୋର୍ଟରୁ ତାଙ୍କୁ ବେଲ୍ ମିଳିଯାଇଛି।

ଏହା ପୂର୍ବରୁ ବବି ମସୁରୀ କିମାଡ଼ି ରାସ୍ତା ମଝିରେ ଲୋକଙ୍କୁ ଅଟକାଇ ଚେୟାର ଟେବଲୁ ପକାଇ ମଦ ପିଉଥିବାର ଦେଖାଯାଇଥିଲା। ଏହାକୁ ନେଇ କଟାରିଆ ବିରୋଧରେ କୋତୱଲି ଥାନାରେ ଅଭିଯୋଗ ହୋଇଥିଲା। ଏଥିପାଇଁ ପୁଲିସ କଟାରିଆକୁ ବାରମ୍ବାର ନୋଟିସ ପଠାଇଥିଲେ ବି ନା ସେ ଏହାର ଜବାବ ଦେଇଥିଲେ ନା ଥାନାକୁ ଆସିଥିଲା। ଫଳରେ ତାଙ୍କୁ ଧରାଇ ଦେବାକୁ ୨୫ ହଜାର ପୁରସ୍କାର ରାଶି ଘୋଷଣା କରିଥିଲା ଡେରାଡୁନ ପୁଲିସ୍ ।

Related Posts