ଆସିଲା ଫେବୃୟାରୀ ପାଇଁ ଗାଇଡଲାଇନ୍: ସାମାନ୍ୟ କୋହଳ ହେଲା କଟକଣା

ଫେବୃୟାରୀ ମାସ ପାଇଁ ଆସିଲା ଗାଇଡ୍ଲାଇନ | ଏସଆରସି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି | କଟକଣା ରେ ସାମାନ୍ୟ କୋହଳ କରାଯାଇଛି | ଫେବ୍ରୁଆରୀ ମାସରେ ରାତି ୧୦ଟା ଯାଏ ଦୋକାନ, ବଜାର ଖୋଲା ରହିବ। ସକାଳ ୫ଟାରୁ ରାତି ୧୦ ଟାଏ ସମସ୍ତ ପ୍ରକାର ଦୋକାନ, ମଲ୍, ଶପିଂ କମ୍ପ୍ଲେକ୍ସ, ମାର୍କେଟ/ହାଟ, ସିନେମା ହଲ୍, ସୁଇମିଂ ପୁଲ୍, ମନୋରଞ୍ଜନ କମ୍ପ୍ଲେକ୍ସ, ଥିଏଟର୍, ଆସେମ୍ବଲୀ ହଲ୍ ଖୋଲା ରହିବ।

ଏଣିକି ରାତି ୯ ବଦଳରେ ରାତି ୧୦ଟାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବ । ରାତି ୧୦ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ଫେବୃୟାରୀରେ ସରସ୍ୱତୀ ପୂଜାକୁ ଅନୁମତି ମିଳିବ ବୋଲି ସୂଚନା ଦିଆଯାଇଛି । ଏଣିକି ରାତି ୧୦ଟା ପର୍ୟ୍ୟନ୍ତ ମଲ୍, ରେଷ୍ଟୁରାଣ୍ଟ ଆଦି ଖୋଲା ରହିବ । କଟକଣାରେ ମାଘ ସପ୍ତମୀ ଏବଂ ମାଘ ପୂର୍ଣ୍ଣିମାକୁ ଅନୁମତି ମିଳିଛି । ତେବେ ଏହା କେବଳ ମନ୍ଦିରରେ ହିଁ ପାଳନ ହେବ ।

ସେହିପରି ନୂଆ ଗାଇଡଲାଇନରେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ଦେଇଛନ୍ତି। ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା କରାଯାଇ ପାରିବ। ତେବେ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟ କୌଣସି ସ୍ଥାନରେ ସରସ୍ୱତୀ ପୂଜା ହୋଇପାରିବ ନାହିଁ। ରାଜ୍ୟ ସରକାର ଘରେ ରହି ପରିବାର ସହ ସରସ୍ୱତୀ ପୂଜା ପାଳନ ପାଇଁ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ସରସ୍ୱତୀ ପୂଜାରେ ସମୂହ ଭୋଜି ଓ ମନୋରଂଜନ କାର୍ୟ୍ୟକ୍ରମ କରିବାକୁ ମନା କରାଯାଇଛି।

ଅନ୍ୟପଟେ ଶତ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ ବୋଲି ନୂଆ ଗାଇଡ୍‌ ଲାଇନରେ ଉଲ୍ଲେଖ ରହିଛି । କୋଭିଡ୍ କଟକଣା ଭିତରେ ସମ୍ପୂର୍ଣ୍ଣ କ୍ଷମତାରେ ସରକାରୀ କାର୍ଯ୍ୟ ପରିଚାଳନା କରାଯିବ ।

Related Posts