ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କନିଷ୍ଠ କିରାଣୀ | ତାଙ୍କ ବାସ ଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ରେଡ ମାରିଛି ଭିଜିଲାନ୍ସ ।

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ ଡିଭିଜନ୍ -୧ ରେ କାର୍ଯ୍ୟରତ ରହିଥିବା ଏଲ୍.କାମରାଜୁ ଦାଶ | ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁଇ ଜଣେ ଡିଏସପିଙ୍କ ସମେତ ପାଞ୍ଚ ଜଣ ଇନ୍ସପେକ୍ଟର ଓ ବହୁ କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଛନ୍ତି । ଭିଜିଲାନ୍ସ ବିଭାଗର ଏହି ଚଢାଉ ସମୟରେ କନିଷ୍ଠ କିରାଣୀ ଏଲ କୁମାର ଦାଶଙ୍କ ବ୍ରହ୍ମପୁର ସହରର ଆଙ୍କୁଲି ଖାଲା ସାହିର ଦୁଇ ମହଲା କୋଠା ସମେତ ଆଙ୍କୁଲି ଠାରେ ରହିଥିବା ତିନୋଟି ସ୍ଥାନ ଏବଂ ତାଙ୍କ ସରକାରୀ କାର୍ଯ୍ୟାଳୟରେ ଏହି ଚଢାଉ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts