କରୋନା ଭୟ: ଚାଇନା ଭିଏତନାମ ସୀମାନ୍ତରେ ଥିବା ଗୋଟିଏ ସହରକୁ କଲା ଲକଡଡାନ

ଚାଇନା ଭିଏତନାମ ସୀମାନ୍ତରେ ଥିବା ଗୋଟିଏ ସହରକୁ କଲା ଲକଡଡାନ | ତିନି ଦିନ ମଧ୍ୟରେ ମାତ୍ର ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ଚାଇନା ସରକାରଙ୍କ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି | ଏହି ସହରରେ ମୋଟ ୩.୫ ମିଲିୟନ ଲୋକ ରହୁଥିବା ବେଳେ, ଲକଡାଉନ ସମୟରେ ସମସ୍ତଙ୍କୁ ଘରେ ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି |

ଚାଇନା ବିଶ୍ୱର ଏକମାତ୍ର ଦେଶ ଯିଏ କରୋନା ବିରୋଧରେ ଶୂନ ସହନଶୀଳତା ନୀତି ଆପଣାଉଥିବା କହୁଛି। ସେହିପରି ଏବେ ଚାଇନାରେ ୱିଣ୍ଟର ଅଲିମ୍ପିକ୍ସ ମଧ୍ୟ ଆରମ୍ଭ ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ବଢ଼ିବା ପ୍ରତି ବେଜିଂ ଅଧିକ ସତର୍କତା ଅବଲମ୍ବନ କରୁଛି।

ରବିବାର ଗୁଆଙ୍ଗସିର ବାଇସେ ସହରରେ ସୋମବାର ଠାରୁ ଲକଡାଉନ ଆରମ୍ଭ ହେବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ପ୍ରଶାସନର ଘୋଷଣା ଅନୁଯାୟୀ, କେହି ବି ବିନା ଅନୁମତିରେ ସହର ବାହାରକୁ ଯାଇ ପାରିବେ ନାହିଁ। ସେହିପରି ଏଠାରେ ରହୁଥିବା ଲୋକଙ୍କୁ ଘରେ ମଧ୍ୟରେ ରହିବାକୁ କୁହାଯାଇଛି |

Related Posts