ଗୁଜରାଟର ସୁରତରେ ଏକ ବଡ଼ ଧରଣର ଅଘଟଣ, ଗ୍ୟାସ୍ ଲିକ୍ ଯୋଗୁ ୬ ମୃତ, ୨୦ ଗୁରୁତର

ଗୁରୁବାର (ଆଜି ) ସକାଳୁ ସକାଳୁ ଗୁଜରାଟର ସୁରତରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି | ଗ୍ୟାସ୍ ଲିକ୍ ଯୋଗୁଁ ଏକ ପ୍ରିଣ୍ଟିଂ ମିଲରେ ଶ୍ୱାସରୁଦ୍ଧ ହୋଇ ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ଅଛି | ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ,ଗୁରୁବାର ଭୋର ସମୟରେ ସୁରଟର ବିଶ୍ୱ ପ୍ରେମ୍ ଡାଇଙ୍ଗ ଆଣ୍ଡ ପ୍ରିଣ୍ଟିଙ୍ଗ ମିଲରେ ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହୋଇଥିଲା । ଫଳରେ ଅଣନିଶ୍ୱାସୀ ହୋଇ ଘଟଣାସ୍ଥଳରେ ହିଁ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଆଜି ଭୋର ସମୟରେ କେହି ଅଜଣା ଟ୍ୟାଙ୍କର ଚାଳକ ଆସି ମିଲ ପାଖରେ ଥିବା ଏକ ନାଳି ନିକଟରେ ବିଷାକ୍ତ କେମିକାଲ ପକାଉଥିଲେ । ହଠାତ ଏଥିରୁ ଗ୍ୟାସ ବାହାରି ଆଖପାଖ ସ୍ଥାନରେ ବ୍ୟାପୀଯାଇଥିଲା ।ଫଳରେ ଶ୍ରମିକମାନେ ଅଣନିଶ୍ୱାସୀ ହୋଇପଡିଥିଲେ । ଫଳରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି | ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ଦେଖାଦେଇଛି |

Related Posts