ଜମ୍ମୁ କଶ୍ମୀରର କୁଲଗାମ୍‌ର ପରିୱାନ ଅଞ୍ଚଳରେ ଏନ୍‌କାଉଣ୍ଟର : ଜଣେ ଯବାନ ସହିଦ୍‌, ୩ ଆହତ, ଜଣେ ଆତଙ୍କବାଦୀ ନିପାତ

ଜମ୍ମୁ କଶ୍ମୀରର କୁଲଗାମ୍‌ର ପରିୱାନ ଅଞ୍ଚଳରେ ସୁରକ୍ଷା ବାହିନୀର ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି | ଏହି ଏନ୍‌କାଉଣ୍ଟରରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସଂଘଟିତ ଏହି ଏନ୍‌କାଉଣ୍ଟରରେ ସୁରକ୍ଷା ବାହିନୀର ଯବାନମାନେ ମଧ୍ୟ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଯବାନଙ୍କ ଗୁଳିରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ଜଣେ ସଦସ୍ୟ ନିପାତ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସହିଦ ଯବାନ ହେଲେ ସାର୍ଜେଣ୍ଟ ରୋହିତ ଛିବ୍‌। ୩ ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁରକ୍ଷା ବାହିନୀର ଯମାନମାନେ ନିଜର ଅପରେଶନ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ ସୁରକ୍ଷା ବାହିନୀର ଯବାନ ମାନେ ୩ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ବଡ଼ଗାମର ଜୋଲୱା ତଦୂରା ଅଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟରରେ ଜୈଶ-ଏ-ମହମ୍ମଦର ୩ ଜଣ ସଦସ୍ୟ ନିପାତ ହୋଇଥିଲେ |

Related Posts