ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଟ୍ରମ୍ପଙ୍କ ପ୍ରବଳ ବିରୋଧ ଭିତରେ ଆଶାଠୁ ଅଧିକ ସମର୍ଥନ ପାଇଲେ ଭାରତୀୟ ବଂଶୋଦ୍ଭବ । ନ୍ୟୁୟର୍କରେ ନୂଆ ମେୟର ହେଲେ ଜୋହରାନ ମମଦାନୀ । ତେବେ ଆମେରିକାର ସବୁଠୁ ବଡ ସହର ନ୍ୟୁୟର୍କରେ ମମଦାନୀ ହାରନ୍ତୁ ବୋଲି ଜୋରସୋରରେ ଚେଷ୍ଟା କରିଥିଲେ ଟ୍ରମ୍ପ । ଏପରିକି ତାଙ୍କ ବିରୋଧରେ ସୋସୋସିଆଲ ମିଡିଆ କ୍ୟାମ୍ପେନ ମଧ୍ୟ କରିଥିଲେ । ହେଲେ ଆଶାଠୁ ଅଧିକ ସମର୍ଥନ, ବିପୁଳ ମାତ୍ରାରେ ଭୋଟ ଜୋହରାନ ମମଦାଦୀଙ୍କୁ ବନାଇଛି ନ୍ୟୁୟର୍କ ମେୟର । ରିପ୍ଲବ୍ଲିକାନ ପାର୍ଟି ପ୍ରାର୍ଥୀ କାର୍ଟିସ ସିଲଭା ଓ ନିର୍ଦ୍ଦଳୟୀ ପ୍ରାର୍ଥ ଆଣ୍ଡ୍ରିୟ କୁଓମୋଙ୍କୁ ବଡ ବ୍ୟବଧାନରେ ପରାଜିତ କରିଛନ୍ତି । ତେବେ ବିଜୟ ଭାଷଣରେ ନେହେରୁଙ୍କ କଥା ମନେ ପକାଇଥିଲେ ନ୍ୟୁୟର୍କର ନୂଆ ମେୟର । ସେପଟେ ସୁନ୍ଦରଗଡର ପୂର୍ବତନ ଜିଲ୍ଲାପାଳ ଅମ୍ରିତଲାଲ ନାୟର ହେଲେ ମମଦାନୀଙ୍କ ଅଜା । ଏଥିସହ ମା ତଥା ଫିଲ୍ମ ମେକର ମୀରା ମଧ୍ୟ ରାଉଲକେଲା ଜନ୍ମିତ ।
ତେବେ ଉଗାଣ୍ଡାରେ ଜନ୍ମିତ ଜୋହରାନ ୭ବର୍ଷ ବୟସରୁ ଆମେରିକାରେ ରହିଆସୁଛନ୍ତି । ସମାଜସେବା ସହ ରାପର ଭାବେ ପରିଚୟ ବନାଇଥିଲେ । ୨୦୧୭ ମସିହାରେ ଡେମୋକ୍ରାଟିକ୍ ଦଳରେ ସାମିଲ ହୋଇ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଚାର ସମୟରେ ପ୍ରବାସୀ ଭାରତୀୟଙ୍କୁ ଆକୃଷ୍ଟ କରିବାକୁ ମମଦାନୀ ବଲିଉଡ ଷ୍ଟାଇଲରେ ପ୍ରଚାର କରି ବେଶ ଚର୍ଚ୍ଚାରେ ଥିଲେ । ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଭୋଟ ତାଙ୍କ ବିଜୟ ପଛରେ ବଡ ଯୋଗଦାନ ମଧ୍ୟ ରହିଛି ।





