ଦକ୍ଷିଣ-ପଶ୍ଚିମ ଚୀନ୍ ୟୁନାନରେ ଭୂମିକମ୍ପ, ବିଭିନ୍ନ ସ୍ଥାନରେ ୨୨ ଆହତ

ଭୂମିକମ୍ପ ରେ ଥରିଲା ଦକ୍ଷିଣ-ପଶ୍ଚିମ ଚୀନ୍ ୟୁନାନ | ରିକ୍ଟର ସ୍କେଲରେ ୫.୫ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି | ଭୂମିକମ୍ପ ପରେ ଅନୁନ୍ୟ ୨୨ ଜଣ ଆହତ ହୋଇଥିବାର ଖବର ଆସୁଛି। ଏହି ଭୂମିକମ୍ପ ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୩ଟା ୨ ମିନିଟରେ ହୋଇଥିଲା। ଏହାର କେନ୍ଦ୍ର ସ୍ଥଳ ନିଙ୍ଗଲାଙ୍ଗ କାଉଣ୍ଟିରୁ ୬୦ କିଲୋମିଟର ଦୂର ୟୋଙ୍ଗନିଙ୍ଗ ନଗର ନିକଟରେ ଥିଲା।

ନିଗଲାଙ୍ଗ ସୂଚନା ବିଭାଗଙ୍କ ଅନୁସାରେ ଭୂମିକମ୍ପ ଯୋଗୁ ଘରର ଟାଇଲ ଛପର ସବୁ ଗଳିପଡିଛି। ପ୍ରାଦେଶିକ ଭୂମିକମ୍ପ କେନ୍ଦ୍ର ଏଥିଯୋଗୁ ଘରମାନଙ୍କର ସେପରି କ୍ଷୟକ୍ଷତି ହୋଇ ନଥିବା କହିଛନ୍ତି। ତେବେ ଯେଉଁ କ୍ଷେତ୍ରରେ ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଛି ସେଠାକାର ଜନସଂଖ୍ୟା ଅନୁନ୍ୟ ୨୪ ହଜାର ପାଖାପ୍ଖି ହେବ। ଭୂମିକମ୍ପ ପରବର୍ତ୍ତି ପରିସ୍ଥିତି ଅନୁଧ୍ୟାନ ଲାଗି ସ୍ଥାନୀୟ ଦମକଳ ବିଭାଗ ବିଭିନ୍ନ ଅଞ୍ଚଳକୁ ଯାଇ ତଦାରଖ ଆରମ୍ଭ କରିଛନ୍ତି।

Related Posts