ଦେବାଳିଆ ସ୍ଥିତି ଦେଇ ଗତି କରୁଛି ପଡୋଶୀ ଦେଶ ଶ୍ରୀଲଙ୍କା । ଏହାରି ମଧ୍ୟରେ ପଡୋଶୀ ଦେଶ କୁ ସାହାଯ୍ୟର ହାତ ବଢ଼ାଇଛି ଭାରତ । ଆଉ ୯୦ କୋଟି ଡଲାର ଋଣ ଦେବାକୁ ଘୋଷଣା କରିଛି ଭାରତ ।
ଭାରତର ଏହି ସାହାଯ୍ୟ କୁ ନେଇ ଶ୍ରୀଲଙ୍କାର ପ୍ରମୁଖ ଅର୍ଥଶାସ୍ତ୍ର ଓ ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ ଡେପ୍ୟୁଟି ଗଭର୍ନର ଡବ୍ଲୁଏ ବିଜେବର୍ଦ୍ଦନ ଅନେକ ପ୍ରଶଂସା କରିଛନ୍ତି ।
ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେବା ଯୋଗୁଁ ଏଭଳି ଦେବାଳିଆ ସ୍ଥିତି ଉପୁଜିଛି । ଫଳରେ ଜୁରୁରୀ ବସ୍ତୁର ଆବଶ୍ୟକତା ପଡିଛି । ଦେଶରେ ସବୁ ସାମଗ୍ରୀର ଦର ମହଙ୍ଗା ହୋଇଛି । ତେଣୁ ସେଠାରେ ଲୋକମାନେ ଅନେକ ଆର୍ଥିକ ସମସ୍ୟା ଦେଇ ମଧ୍ୟ ଗତି କରୁଛନ୍ତି । ଏହାକୁ ନଜରରେ ରଖି ପୋଡୋଶୀକୁ ସାହାଯ୍ୟର ହାତ ବଢାଇଛି ଭାରତ ।
ଶ୍ରୀଲଙ୍କାରେ ଭାରତୀୟ ଉଚ୍ଚାୟୁକ୍ତ ଗୋପାଲ ବାଗଲେ ସେଣ୍ଟ୍ରାଲ ବ୍ୟାଙ୍କର ଗଭର୍ନର ଅଜିତ ନିବାର୍ଡ କାବରାଲଙ୍କୁ ସାକ୍ଷାତ କରିଛନ୍ତି । ଆଉ ତାଙ୍କୁ ଆର୍ଥିକ ଭାବେ ସମର୍ଥନ କରିବାକୁ କହିଛନ୍ତି । ଆଉ ଭାରତୀୟ ଉଚ୍ଚାୟୋଗ ପକ୍ଷରୁ ଏକ ଟ୍ୱିଟ କରି ଏନେଇ ସୂଚନା ଦିଆଯାଇଛି ।





