ନିଜ ନିର୍ବାଚନ ମଣ୍ଡଳୀରେ ହଟହଟା ହେଲେ ବିଜେଡ଼ି ସାଂସଦ: ଗାଡ଼ିକୁ ଅଣ୍ଡାମାଡ଼; ଠେଙ୍ଗା,ବାଡ଼ି ଧରି ବିରୋଧ କଲେ ଲୋକେ

ଜନ ଅସନ୍ତୋଷ ବା ଜନ ଆକ୍ରୋଶ ର ଶିକାର ହେଲେ ବିଜେଡିର ନବରଙ୍ଗପୁର ସାଂସଦ ରମେଶ ମାଝୀ। ସେପୁଣି ଖୋଦ୍ ନିଜ ନିର୍ବାଚନ ମଣ୍ଡଳୀରେ। ତୀବ୍ର ବିରୋଧର ସମ୍ମୁଖୀନ ହେବା ସହ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରିଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ। ଏପରିକି ସେମାନେ ଠେଙ୍ଗାବାଡ଼ି ଧରି ସାଂସଦଙ୍କୁ ବିରୋଧ କରିଥିଲେ।

ଝରିଗାଁ ବ୍ଲକ୍ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଧୁମାମ୍ ଗାଁ ଦେଇ ସାଂସଦ ରମେଶ ମାଝୀ ନିଜ କର୍ମୀଙ୍କ ସହ ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ବେଳେ ତାଙ୍କୁ ଅଟକାଇଥିଲେ ଗ୍ରାମବାସୀ। ଧୁମାମ ଗ୍ରାମବାସୀ ହାତରେ ଠେଙ୍ଗାବାଡ଼ି ଧରି ତାଙ୍କୁ ତୀବ୍ର ବିରୋଧ କରିଥିଲେ। ସେମାନେ ସାଂସଦଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ମଧ୍ୟ କରିଥିଲେ।

ଝରିଗାଁ ବ୍ଲକ୍‌ର ନୂତନ ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ଉଦଘାଟନ ସମୟରେ ସାଂସଦ ଶ୍ରୀ ମାଝୀ ଓ ବିଧାୟକଙ୍କୁ ଡକା ଯାଇଥିଲା। କିନ୍ତୁ ସେମାନେ ଆସି ନଥିଲେ। ଆଉ ଆଜି ନିର୍ବାଚନ ପ୍ରଚାରରେ ଆସିଥିବାରୁ ଧୁମାମ ଗ୍ରାମବାସୀ ରାଗି ଯାଇଥିଲେ। ତେଣୁ ସେମାନେ ସାଂସଦଙ୍କୁ ତୀବ୍ର ବିରୋଧ କରିଥିଲେ।

Related Posts