
ଆଗକୁ ପଞ୍ଚାୟତ ନିର୍ବାଚନ । ତେବେ କରୋନା ସଂକଟ ମଧ୍ୟରେ ଦେଖା ଦେଇଥିବା ସଂକଟ ରେ ପୂର୍ନେଛେଦ ପଡ଼ି ଏବେ ନିର୍ବାଚନ ପାଇଁ ବାଟ ଫିଟିଛି । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଗେଜେଟ ବିଜ୍ଞପ୍ତି । ୱାର୍ଡ଼ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପାଇଁ ଏହି ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସେପଟେ ପଞ୍ଚାୟତ ନିର୍ବାଚନ ପାଇଁ ସରକାରଙ୍କ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଦିଆଯାଇଛି ଚୂଡ଼ାନ୍ତ ରିପୋର୍ଟ । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ବାଚନ କମିଶନଙ୍କୁ ସଂରକ୍ଷଣର ଚୂଡ଼ାନ୍ତ ତାଲିକା ଦିଆଯାଇଛି ।