
ବହୁଚର୍ଚ୍ଚିତ ପେଗାସସ୍ ପ୍ରସଙ୍ଗକୁ ନେଇ ପୁଣି ଉଠିଲା ବିବାଦ | ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଘେରିଲା ବିରୋଧୀ କଂଗ୍ରେସ | ଭାରତ ଇସ୍ରାଏଲ ଠାରୁ ଏହି ଗୁପ୍ତଚର ସଫ୍ଟଓ୍ବେର ସିଷ୍ଟମ କ୍ରୟ କରିଥିବା ନେଇ ଆମେରିକାର ଏକ ଖବର କାଗଜରେ ରିପୋର୍ଟ ପ୍ରକାଶ ପାଇବା ବିବାଦ ମୁଣ୍ଡ ଟେକିଛି | ବିଭିନ୍ନ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ, ଆଜି ରାଜ୍ୟ ରାଜଧାନୀରେ ଭାରତୀୟ ଯୁବ କଂଗ୍ରେସ ଏକ ଦେଶବ୍ୟାପୀ ବିକ୍ଷୋଭ ଡାକରା ଦେଇଛି |
ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ପେଗାସସ୍ କିଣିବାରେ ବ୍ୟସ୍ତ ଅଛନ୍ତି । ବେକାରମାନେ ରୋଜଗାରକ୍ଷମ ହେବା ପାଇଁ ଚାକିର ଖୋଜିବା ଦୌଡରେ ଲାଗିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜୁଲାଇ 2021ରେ ସରକାରଙ୍କୁ ଦୁଇଟି ପ୍ରଶ୍ନ ପଚାରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ଉତ୍ତର ଦେଇ ନଥିଲେ କିନ୍ତୁ ବର୍ତ୍ତମାନ ନ୍ୟୁୟର୍କ ଟାଇମ୍ସରୁ ରିପୋର୍ଟ ବାହାରିଛି ଏବଂ ଏହାର ଉତ୍ତର ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି IYC (Indian Youth Congress) ରାଷ୍ଟ୍ରୀୟ ସଭାପତି ।ଭାରତୀୟ ଜନତା ପାର୍ଟି ତା ନାମ ବଦଳାଇ ଭାରତୀୟ ଜାସୁସ ପାର୍ଟି କରିଦେଉ । ସଂସଦୀୟ ମିଳିତ ସଂସଦୀୟ କମିଟିର ଏହି ଘଟଣାର ତଦନ୍ତ ଦାବି କରିଛି ଆଇୱାଇସି ବୋଲି କହିଛନ୍ତି ରାଷ୍ଟ୍ରୀୟ ସଭାପତି । ଦେଶର ନାଗରିକଙ୍କ ମୌଳିକ ଅଧିକାରକୁ ଦମନ କରାଯାଉଛି। ସରକାର ଦେଶଦ୍ରୋହ କାର୍ଯ୍ୟ କରିଛନ୍ତି, ଜାତୀୟ ସୁରକ୍ଷା ସହ ଖେଳିଛନ୍ତି । ରାହୁଲ ଗାନ୍ଧୀଙ୍କ ସମେତ ଦେଶର ବିରୋଧୀଦଳ ନେତା, ବିଭିନ୍ନ ସମ୍ମାନଜନକ ଗଣମାଧ୍ୟମ ସଂଗଠନର ସାମ୍ବାଦିକ ତଥା ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ବ୍ୟକ୍ତିଙ୍କ ଉପରେ ଗୁପ୍ତଚର କରାଯାଇଛି ବୋଲି କହିଛନ୍ତି ଶ୍ରୀନିବାସ ବିଭି ।