ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ଖୋଲିବ କି ପୂର୍ବ ସରକାରର ଦୁର୍ନୀତି ପେଡ଼ି। ନବୀନଙ୍କ ଡ୍ରିମ୍ ପ୍ରୋଜେକ୍ଟରେ ପଶିଲା ଭିଜିଲାନ୍ସ ପଶିଥିବାବେଳେ ୫୦ ଟି ସ୍ଥାନରେ ଏକାକାଳୀନ ଚଢ଼ାଉ କରିଛି। ବିଜେପି ରାଜ୍ୟରେ ସରକାର ଗଠନ କରିବାର ୨ ବର୍ଷ ପରେ ପୂର୍ବ ସରକାରରେ ହୋଇଥିବା ଦୁର୍ନୀତି ଉପରୁ ପରଦା ଉଠାଇବାକୁ ଚେଷ୍ଟା କରିଛି । ଏହି କ୍ରମରେ ଆଜି ରାଜ୍ୟ ଭିଜିଲାନ୍ସ ତରଫରୁ ନବୀନ ପଟ୍ଟନାୟକଙ୍କ ଡ୍ରିମ ପ୍ରୋଜେକ୍ଟ ଉପରେ ଆଜି ଚଢ଼ାଉ ଆରମ୍ଭ ହୋଇଛି । ବିକଶିତ ଗାଁ ବିକଶିତ ଓଡ଼ିଶା ସ୍କିମରେ ବଡ଼ ଦୁର୍ନୀତିର ଅଭିଯୋଗ ଆସିବା ପରେ ଆଜି ଭିଜିଲାନ୍ସ ତରଫରୁ ଖୋଳତାଡ଼ ଆରମ୍ଭ ହୋଇଛି । ଏକାକାଳୀନ ୫୦ ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଛି । ସେହିଭଳି ପୂର୍ବ ସରକାର ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ କରିଥିବା ଯୋଜନାରେ ମଧ୍ୟ ଦୁର୍ନୀତିର ଅଭିଯୋଗ ପରେ ଚଢ଼ାଉ ହେଉଛି । ହେଲେ ବାସ୍ତବରେ କେତେ ଟଙ୍କାର ଦୁର୍ନୀତି ହୋଇଛି । ଏହି ଦୁର୍ନୀତିରେ କେଉଁ କେଉଁ ଅଧିକାରୀ ଓ ରାଜନେତା ସାମିଲ ଅଛନ୍ତି ତାହାର ଖୁଲାସା ହୋଇନାହିଁ । ହେଲେ ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଏହା ଏକ ବଡ଼ ଧରଣର ଚଢ଼ାଉ ହେଉଛି ।