ବିବାହ ଭୋଜି ଖାଇବା ହେଲା କାଳ, ଅକାଳରେ ଚାଲିଗଲା ୯ ଜୀବନ, ୬ ଗୁରୁତର

ଆନ୍ଧ୍ରପ୍ରଦେଶ ଅନନ୍ତପୁରରେ ଘଟିଛି ଏକ ବଡ ସଡକ ଦୁର୍ଘଟଣା | ବିବାହ ଭୋଜି ଖାଇବା କାଳ ପାଲଟିଛି | ଭୋଜି ଖାଇ ଘରକୁ ଫେରୁଥିବା ସମୟରେ କାରକୁ ସାମନା ପଟୁ ଏକ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି | ଏଥିସହ ୬ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଡ୍ରାଇଭର ସେମେତ ୬ଜଣ ମହିଳା ଓ ୨ଜଣ ଶିଶୁ ଅଛନ୍ତି ।

ପୋଲିସର ସୂଚନା ମୁତାବକ, ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକେ ରବିବାର କର୍ଣ୍ଣାଟକର ବେଲୋରୀ ଗାଁଓକୁ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ରାତିରେ ଉରୱାକୋଣ୍ଡା ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ସାମନା ପଟୁ କାରକୁ ଧକ୍କା ଦେଇଥିବା ଟ୍ରକର ବେଗ ଏତେ ଅଧିକ ଥିଲା ଯେ ତାହା କାର ଉପରକୁ ମାଡିଯାଇଥିଲା । ଫଳରେ କାରଟି ଭୟଙ୍କର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାସହ କାରଟି ଏପରି ଭାବେ କ୍ଷତିଗ୍ରସ୍ତ ହୋଇଥିଲା ଯେ, ଏଥିରୁ ଲୋକଙ୍କୁ କାଢିବା କଷ୍ଟକର ହୋଇଥିଲା । ତେବେ ଏଯାଏଁ ମୃତକଙ୍କ ପରିଚୟ ମିଳିନଥିବା ପୋଲିସ କହିଛି ।

Related Posts