
ଆଜି ଠାରୁ ଆରମ୍ଭ ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦ୍ବିତୀୟ ପାଳି । ଶକ୍ତିକାନ୍ତ ପୂର୍ବରୁ କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ ପାଇଁ ଦାବି ଦୋହରାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏଥିସହ ତାଙ୍କ ଆଗରେ ବହୁ ପୁରୁଣା ପାଳିର ଆହ୍ବାନ ମଧ୍ୟ ରହିବ । ବିଶେଷ କରି ଅଭିବୃଦ୍ଧିକୁ ବଢାଇବା ଏବଂ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଶକ୍ତିକାନ୍ତଙ୍କ ପାଇଁ 2 ମୁଖ୍ୟ ଆହ୍ବାନ ରହିବ । ଅନ୍ୟପଟେ ରିଜର୍ଭ ବ୍ୟାଙ୍କର ନିଜସ୍ବ ଡିଜିଟାଲ ମୁଦ୍ରା ଜାରି କରିବାର ଚାପ ମଧ୍ୟ ତାଙ୍କ ଉପରେ ରହିଛି । ତାଙ୍କ ପ୍ରଥମ ପାଳିରେ ଅନେକ ବ୍ୟାଙ୍କ ଯେପରିକି ୟେସ ବ୍ୟାଙ୍କ, ଲକ୍ଷ୍ମୀ ବିଳାସ ଏବଂ PMC ବ୍ୟାଙ୍କ ବିଫଳ ହୋଇଥିଲା । ଦ୍ବିତୀୟ ପାଳିରେ ଏସବୁ ଉପରେ ନିୟନ୍ତ୍ରଣ ଆଣିବା ଶକ୍ତିକାନ୍ତଙ୍କ ପାଇଁ ଆଉ ଏକ ଆହ୍ବାନ ହେବ ।
ଚଳିତ ବର୍ଷ ଅକ୍ଟୋବର 28ରେ କେନ୍ଦ୍ର ସରକାର ଶଶିକାନ୍ତଙ୍କ କାର୍ଯ୍ୟକାଳକୁ ଆଉ 3 ବର୍ଷ ବୃଦ୍ଧି କରିଥିଲେ । ସେ 2024 ଡିସେମ୍ବର ପର୍ଯ୍ୟନ୍ତ RBI ଗଭର୍ଣ୍ଣର ଭାବେ କାର୍ଯ୍ୟକରିବେ ।