ରାଜ୍ୟରେ ଖସୁଛି ସଂକ୍ରମଣ, ୮ ହଜାର ୮୪୫ ପଜିଟିଭ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ | ଲଗାତାର କିଛି ଦିନ ଧରି ୧୦ ହଜାର ଟ୍ରେଣ୍ଡ ରହିବା ପରେ ଏବେ ସଂକ୍ରମଣ ଗ୍ରାଫ ତଳକୁ ଖସିଛି | ଆଜି ନୂଆ ରାଜ୍ୟରେ ୮, ୮୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫୧୨୮ ଓ ଲୋକାଲ୍ କେସ୍ ୩୭୧୭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୨୭ ଚିହ୍ନଟ ହୋଇଛନ୍ତି |

ସଂକ୍ରମଣ ହାର ରହିଛି ୧୨.୮୮ ପ୍ରତିଶତ । ଆଜି ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଖୋର୍ଦ୍ଧାରୁ ସର୍ବାଧିକ ୨ ହଜାର ୫୨୮ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୧୦୦୧ ଓ କଟକରୁ ୬୨୮ ସଂକ୍ରମିତ ହୋଇଛନ୍ତି ।

୨୪ ଘଣ୍ଟାରେ ୬୮ ହଜାର ୬୨୫ ନମୁନା ପରୀକ୍ଷା ହୋଇଛି । ଆକ୍ଟିଭ୍‌ କେସ୍‌ ରହିଛି ୮୮ ହଜାର ୧୫୦ । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ଲକ୍ଷ ୯୬ ହଜାର ୧୪୦କୁ ବୃଦ୍ଧି ।

Related Posts