ଲଖିମପୁର ଖେରି ହିଂସାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଜାମିନ

ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଜାମିନ୍ ମିଳିଛି । ଏନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ ନେତା ରାକେଶ ଟିକାୟତ | ତାଙ୍କୁ କିପରି ଏତେ ଜଲ୍ଦି ଜାମିନ ମିଳିଲା ସେନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି | ଅନ୍ୟପଟେ ନିର୍ବାଚନ ବେଳେ ଆଶିଷ ଜାମିନ୍ ପାଇବା ପରେ ବଦଳିପାରେ ୟୁପି ରାଜନୀତିର ସମୀକରଣ ।

ପଶ୍ଚିମାଞ୍ଚଳ ୟୁପିରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟିଂ ଚାଲିଥିବା ବେଳେ ଜାମିନ୍ ପାଇଛନ୍ତି କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ୟୁପି ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଆଶିଷଙ୍କୁ ଜାମିନ ପ୍ରଦାନ କରିଛନ୍ତି । ବଡ କଥା ହେଲା ଆଜି ଆଶିଷଙ୍କ ବାପା ଓରଫ ମନ୍ତ୍ରୀ ଟେନି ସକାଳେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଆଉ ଗତକାଲି ପ୍ରଧାନମନ୍ତ୍ରୀ ଏକ ସାକ୍ଷାତକାରରେ କହିଥିଲେ ଖେରି ହିଂସାକାଣ୍ଡ ମାମଲା ସୁପିମକୋର୍ଟଙ୍କ ତତ୍ତ୍ୱାବଧାନରେ ଚାଲିଛି । ପ୍ରଥମ ଥର ପାଇଁ ମୋଦି ଏହି ପ୍ରସଙ୍ଗରେ ମୁହଁ ଖୋଲିବା ପର ଦିନ ଆଶିଷ ଜାମିନ ପାଇବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୩ରେ କୃଷି ଆଇନକୁ ବିରୋଧ କରି ମନ୍ତ୍ରୀ ଜୟ ମିଶ୍ରାଙ୍କ ରାଲିକୁ ବିରୋଧ କରିଥିଲେ ଚାଷୀ । ଏହି ସମୟରେ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ଏସୟୁଭି କାର ଚାଷୀଙ୍କ ଉପରକୁ ଚଢିଯାଇଥିଲା । ଏଥିରେ ୪ ଚାଷୀଙ୍କ ସମେତ ୮ ଜଣ ପ୍ରାଣ ହରାଇଥିଲେ । ପରେ ଗିରଫ ହୋଇଥିଲେ ଆଶିଷ । ଏସଆଇଟି ଏହି ମାମଲାର ତଦନ୍ତ କରି ୫ ହଜାର ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରିଛି ଏବଂ ଆଶିଷଙ୍କ ସମେତ ୧୬ ଜଣ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଆଶିଷଙ୍କ ବିରୋଧରେ ୩୦୨ ଭଳି ସଙ୍ଗୀନ ଦଫା ଲାଗିଥିବା ବେଳେ କେମିତି ଶୀଘ୍ର ଜାମିନ୍ ମିଳିଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଆଉ ଏହାକୁ ନେଇ ସେ ୟୁପିରେ ବିଜେପି ବିରୋଧରେ ପ୍ରଚାର କରିବେ ବୋଲି କହିଛନ୍ତି ।

Related Posts