କିଶୋରଙ୍କ ପାଇଁ ନୋଭାଭାକ୍ସର ଦୁଇଟି ଡ଼ୋଜ୍ ବେଶ ପ୍ରଭାବୀ: ପରୀକ୍ଷା ପରେ ତଥ୍ୟ ରଖିଲା ଆମେରିକା ଟୀକା ନିର୍ମାତା କମ୍ପାନୀ

କିଶୋରଙ୍କ ପାଇଁ ନୋଭାଭାକ୍ସ ଟିକାର ଦୁଇଟି ଡୋଜ୍ ବେଶ ପ୍ରଭାବୀ | ତାଙ୍କ ନିକଟରେ କରାଯାଇଥିବା ପରୀକ୍ଷାରେ ଏହି ତଥ୍ୟ ସାମ୍ନାକୁ ଆସିଛି | ୮୨% ଫଳପଦ ହୋଇଥିବା ଟୀକା ନିର୍ମାତା କମ୍ପାନୀ ଦାବି ଉପସ୍ଥାପନା କରିଛି | ଗତ ସେପ୍ଟେମ୍ବର ମାସରେ କରାଯାଇଥିବା ପରୀକ୍ଷାରୁ ଏହି ତଥ୍ୟ ମିଳିଥିବା ଆମେରିକୀୟ ଟିକା ନିର୍ମାତା କମ୍ପାନୀ ପକ୍ଷରୁ କୁହାଯାଇଛି । ସେପ୍ଟେମ୍ବର ମାସରେ ୨ହଜାରରୁ ଅଧିକ ୧୨ ରୁ ୧୮ ବର୍ଷର ପିଲାଙ୍କଠାରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଇଥିଲା ।

ଏଥିସହ କରୋନାର ସବୁଠାରୁ ମାରାତ୍ମକ ପ୍ରଜାତି ଡେଲଟା ବିରୋଧରେ ଏହି ଟିକା ୮୨ ପ୍ରତିଶତ ପ୍ରଭାବି ବୋଲି ଦାବି କରାଯାଇଛି । କିଶୋରଙ୍କ ଟିକାକରଣ ପାଇଁ ଖୁବଶ୍ରୀଘ୍ର ଅନୁମତି ମାଗାଯିବା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ଟିକେ ଡେ଼ଲ୍ଟା କୁ ମାତ ଦେବା ପାଇଁ ବେଶ ସହାୟକ ହେବ |

Related Posts