ୟୁରୋପୀୟ ରାଷ୍ଟ୍ରମାନଙ୍କରେ ତାଣ୍ଡବଲୀଳା ରଚିଲା ଝଡ

ପ୍ରକୃତି ର ତାଣ୍ଡବ ଆଗରେ ହାର ମାନିଛି ମଣିଷ | ଖଣ୍ଡପ୍ରଳୟରେ ସବୁ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି | ଶୁକ୍ରବାର ୟୁରୋପୀୟ ରାଷ୍ଟ୍ରମାନଙ୍କରେ ତାଣ୍ଡବଲୀଳା ରଚିଛି ଝଡ । ଏଥିରେ ବିଶେଷ କରି ବ୍ରିଟେନ୍ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଘଣ୍ଟାକୁ ପବନର ବେଗ ୧୨୨ ମାଇଲ ଥିବା ଜଣାପଡିଛି । ଏଥିରେ ବ୍ରିଟେନରେ ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି । କେନ୍ଦ୍ର ଆଟଲାଣ୍ଟିକ୍ ରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଯୋଗୁଁ ୟୁରୋପୀୟ ରାଷ୍ଟ୍ର ମାନଙ୍କରେ ବିପଦ ସୃଷ୍ଟି ହୋଇଥିଲା ।

ଏହି ପ୍ରକୃତିକ ବିର୍ଯ୍ୟୟରେ ଲଣ୍ଡନରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ପବନ ଯୋଗୁଁ ଏକ କାର ଗଛରେ ମାଡ ହେବାରୁ ଏଥିରେ ଥିବା ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ ଭିନ୍ନ ଭିନ୍ନ ସ୍ଥାନରେ ଏଯାଏଁ ମୋଟ ୯ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିବାବେଳେ ଅନେକ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଝଡରେ ବିଦ୍ୟୁତ୍ ସଂଯୋଗ ବ୍ୟାହତ ହୋଇଛି । ଫଳରେ ୧୦୦,୦୦୦ ରୁ ଅଧିକ ଲୋକେ ଏବେ ଅନ୍ଧାରରେ ଅଛନ୍ତି । ମେଟ୍ ଅଫିସର ମୁଖ୍ୟ ପାଣିପାଗ ବିଶେଷଜ୍ଞଙ୍କ କହିବା ମୁତାବକ, ‘ଷ୍ଟର୍ମ ୟୁନିସ୍ ପ୍ରକୃତରେ ଏକ ପଞ୍ଚ ପ୍ୟାକ୍ ସୃଷ୍ଟିି କରିଛି , ଯାହା ଧନ ଜୀବନ ପ୍ରତି ଘୋର ବିପଦ’ ।ଏହା ବ୍ରିଟେନରେ ଆଜିଯାଏଁ ହୋଇଥିବା ଝଡ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଝଡ ବୋଲି କୁହାଯାଉଛି ।

ଅନ୍ୟପଟେ ବ୍ରିଟିଶ୍ ବିମାନବନ୍ଦରରେ ବିମାନ ଗୁଡିକ ଜରୁରୀକାଳୀନ ଅବତରଣ କରିଥିଲେ । ଏକ ବିମାନକୁ ଆକାଶ ମାର୍ଗରେ ଉଡାଣ କରୁଥିବା ବେଳେ ଦୋହଲୁଥିବା ଦେଖିବାକୁ ମିଳିଥିଲା । ବିମାନ ବନ୍ଦରରେ ଆସି ଅବତରଣ କରିବା ସମୟରେ ମଧ୍ୟ ବିମାନଟି ଭାରସାମ୍ୟ ହରାଇଥିଲେ ବି ଅଳ୍ପକେ ବର୍ତ୍ତଯାଇଥିଲା । ଝଡକୁ ଦୃଷ୍ଟିରେ ରଖି ବ୍ରିଟେନ ତଥଶ ଅନ୍ୟ ୟୁରୋପୀୟ ରାଷ୍ଟ୍ର ଗୁଡିକର ୪୩୬ଟି ବିମାନ ଉଡାଣକୁ ବାତିଲ କରାଯାଇଛ ।

ସାମୁଦିକ୍ର ଝଡ଼ ‘ୟୁନିସ’ କେନ୍ଦ୍ରୀୟ ଆଟାଲାଣ୍ଟିକ ସମୁଦ୍ରରେ ସୃଷ୍ଟି ହୋଇଥିବା ବେଳେ ଏହା ୟୁରୋପ ମୁହାଁ ହୋଇଛି। ବ୍ରିଟେନ ପାଣିପାଗ ବିଭାଗଭ ଏହି ଝଡ଼କୁ ଅତି ବିପଦପୂର୍ଣ୍ଣ ଶ୍ରେଣୀରେ ରଖିଛି। ବିଶେଷ କରି ଏହି ଝଡ଼ ପଶ୍ଚିମ ଇଂଲଣ୍ଡରେ ମାଡ଼ ହେବା ସହ ବିପୁଳ କ୍ଷୟକ୍ଷତି କରିଛି। ଏହାର ପ୍ରଭାବରେ କର୍ଣ୍ଣୱାଲରେ ମୂଷଳଧାରାରେ ବର୍ଷା ହେବା ସହ ସମୁଦ୍ରରେ ବିରାଟ ଉଚ୍ଚରେ ଲହଡ଼ି ଆସି ବେଳାଭୂମି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି ।

ବେଲଜିୟର ଅବସ୍ଥା ମଧ୍ୟ ସଂଘାତିକ। ଏଠାରେ ସୁଉଚ୍ଚର ଜୁଆର ଆସି ଘର ଭିତରେ ପାଣି ପଶିବା ସହ ହସପିଟାଲ ମଧ୍ୟ ଜଳମୟ ହୋଇଛି । ଭୟଙ୍କର ଝଡ଼ ପବନ ଯୋଗୁ ବ୍ରିଟେନରେ ରେଲୱେ ଷ୍ଟେସନ ଓ ଏୟାରପୋର୍ଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଟ୍ରେନ୍‌ ଏବଂ ପ୍ଲେନ୍‌ ଚଳାଜଚଳ ବାଧାପ୍ରାପ୍ତ ହୋଇଛି। ୟୁକେର ସମସ୍ତଙ୍କ ବିମାନ ବନ୍ଦରରେ ୪୩୬ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ନେଦରଲାଣ୍ଡରେ ୩୯୦ଟି ବିମାନ ରଦ୍ଦ କରାଯାଇଛି। ବିଜୁଳି କାଟ ଯୋଗୁ ପାଖାପାଖି ଲକ୍ଷେ ଘର ଅନ୍ଧାର ହୋଇଛି। ରାସ୍ତାରେ ଗଛ ଉପୁଡ଼ି ପଡ଼ି ଗମନାଗମନ ବାଧାପ୍ରାପ୍ତ ହୋଇଛି। ଝଡ଼ରେ ବିପନ୍ନ ହୋଇଥିବା ଲୋକମାନଙ୍କୁ ସହାୟତା ଯୋଗାଇ ଦେବାରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ପଦକ୍ଷେପ ନେଇଛନ୍ତି |

Related Posts