ଆପର ପୂର୍ବତନ ନେତା କୁମାର ବିଶ୍ୱାସଙ୍କ ବୟାନକୁ ନେଇ ବିରୋଧୀଙ୍କ ଟାର୍ଗେଟରେ କେଜ୍ରିୱାଲ

ପଂଜାବ ନିର୍ବାଚନ କୁ ନେଇ ସରଗରମ ରହିଛି ରାଜନୀତି ମାହୋଲ | ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପର ମାହୋଲ ଚାଲିଥିବା ବେଳେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆପର ପୂର୍ବତନ ନେତା କୁମାର ବିଶ୍ୱାସ ଦେଇଥିବା ବିସ୍ଫୋରକ ବୟାନକୁ ନେଇ ଏବେ ହଲଚଲ ସୃଷ୍ଟି ହୋଇଛି | ବିଶ୍ୱାସଙ୍କ ବୟାନକୁ ନେଇ ବିରୋଧୀ ଏବେ କେଜ୍ରିୱାଲଙ୍କୁ ଟାର୍ଗେଟ କରୁଛନ୍ତି ସେପଟେ ସମାଲୋଚକଙ୍କୁ ତେରଛା ବାଣ ମାରିଛନ୍ତି କେଜ୍ରିୱାଲ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆପର ପୂର୍ବତନ ନେତା କୁମାର ବିଶ୍ୱାସ ଖଲିସ୍ତାନୀ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିବା ଘଟଣା ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଅଭିଯୋଗ କ୍ରମଶ ବିବାଦର ରୂପ ନେଉଛି । ଆଜି ଏହି ଅଭିଯୋଗର ପାଲଟା ଜବାବ ରଖିଛନ୍ତି କେଜ୍ରିୱାଲ । କେଜ୍ରିୱାଲ କହିଛନ୍ତି କୁମାର ବିଶ୍ୱାସ ଗୋଟେ କାହାଣୀ ଶୁଣାଇଲେ । ଯାହାକୁ ବିରୋଧୀ ବିଶ୍ୱାସ କଲେ । ଆତଙ୍କବାଦୀ କେବେ ବିକାଶର କଥା କୁହେ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି ।

ଏଥିସହ ବିରୋଧୀଦଳର ବରିଷ୍ଠ ନେତାଙ୍କୁ ମଧ୍ୟ ତେର୍ଛାବାଣ ମାରିଛନ୍ତି ଆପ ମୁଖ୍ୟ । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କିଛି ବିରୋଧୀଦଳର ବରିଷ୍ଠ ନେତାଙ୍କୁ ପାଲଟା ଜବାବ ଦେଇଛନ୍ତି କେଜ୍ରିୱାଲ କହିଛନ୍ତି । କେନ୍ଦ୍ରକୁ ପ୍ରଶ୍ନ କରି କେଜ୍ରିୱାଲ କହିଛନ୍ତି କି ଯଦି ସେ ଆତଙ୍କବାଦୀ ତେବେ କେନ୍ଦ୍ରର ସୁରକ୍ଷା ସଂସ୍ଥା ଏବେ ସୁଦ୍ଧା କଣ କରୁଥିଲେ ? ମୋଦି ସରକାର ମୋତେ କଣ ପାଇଁ ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରି ନାହାଁନ୍ତି ? ଯଦି ସେ ବିଚ୍ଛିନତାବାଦୀଙ୍କ ସମର୍ଥକ ତେବେ ତାଙ୍କ ବିରୋଧରେ ସରକାର ପ୍ରମାଣ ସାରା ବିଶ୍ୱ ସାମ୍ନାରେ ରଖନ୍ତୁ ।

ଏଥିସହ କେଜ୍ରିୱାଲ କହିଛନ୍ତି କି ବିଜେପି, ଶିରୋମଣୀ ଅକାଳୀ ଦଳ, କଂଗ୍ରେସ ସବୁ ରାଜନୈତିକ ଦଳ ଏକାଠି ହୋଇ ପଂଜାବ ବିଧାନସଭା ପୂର୍ବରୁ ଆପ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ନିର୍ବାଚନ ପୂର୍ବରୁ ଆପର ଲୋକପ୍ରିୟତା ପଂଜାବରେ ବେଶ ବୃଦ୍ଧି ପାଇଛି ଓ ପରାଜୟ ଭୟରେ ବିରୋଧୀଙ୍କ ଏହା ଏକ ଷଡଯନ୍ତ୍ର ବୋଲି କେଜ୍ରିୱାଲ କହିଛନ୍ତି ।

Related Posts