ବିଜେପି ପାଇଁ ଭୋଟ ଭିକ୍ଷା କଲେ ଅଭିନେତ୍ରୀ କଙ୍ଗନା ରାନାୱତ

ପ୍ରଥମ ଥର ପାଇଁ ସାମ୍ନାକୁ ଆସି ବିଜେପି ପାଇଁ ଭୋଟ ଭିକ୍ଷା କରିଛନ୍ତି ଅଭିନେତ୍ରୀ କଙ୍ଗନା ରାନାୱତ | ଉତ୍ତରପ୍ରଦେଶରେ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ମତଦାନ | ଏହାକୁ ନେଇ ଉଭୟ ଶାସକ ଓ ବିରୋଧୀ ପ୍ରଚାର କୁ ଜୋରଦାର କରିଥିବା ବେଳେ, ଏପରି ସ୍ଥଳେ ପ୍ରଥମ ଥର ପାଇଁ ସାର୍ବଜନୀକ ଭାବରେ ବିଜେପି ପାଇଁ ଭୋଟ ଭିକ୍ଷା କରିଛନ୍ତି ଅଭିନେତ୍ରୀ କଙ୍ଗନା ରାନାୱତ । ନିଜ ସୋସିଆଲ ମିଡିିଆରେ ଏକ ଭିଡିଓ ପୋଷ୍ଟ କରି କଙ୍ଗନା କହିଛନ୍ତି ଯେ, ଆମକୁ ଆମର ଲୋକପ୍ରିୟ ଯୋଗୀ ସରକାରଙ୍କୁ ପୁଣିଥରେ ଆଣିବା ଦରକାର’ ।

କଙ୍ଗନା ପୋଷ୍ଟ କରିଥିବା ଭିଡିଓରେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆମେ ସମସ୍ତେ ଜାଣୁ ଯେ ଉତ୍ତରପ୍ରଦେଶରେ ଏବେ ନିର୍ବାଚନୀ ଲଢେଇ ଖୁବ ଜୋରସୋରରେ ଚାଲିଛି । ଏହି ଯୁଦ୍ଧ ଜିତିବାକୁ ଆମର ଏକ ମାତ୍ର ଅସ୍ତ୍ର ହେଉଛି ଭୋଟ । ମନେରଖନ୍ତୁ ଆମକୁ ଆମର ଲୋକପ୍ରିୟ ଯୋଗୀ ସରକାରଙ୍କୁ ପୁଣିଥରେ ଶାସନକୁ ଆଣିବା ଦରକାର । ମତଦାନ କ୍ଷେତ୍ରକୁ ଯେତେବେଳେ ବି ଯାଉଛନ୍ତି, ସାଙ୍ଗରେ ନିହାତି ଭାବେ ଦିଇ ତିନି ଜଣଙ୍କୁ ନେଇ ଯାଆନ୍ତୁ । ମନେ ରଖନ୍ତୁ ବିଜୟର ଏହି କିର୍ତ୍ତୀମାନ ଯେପରି କେବେବି ନ ଭାଙ୍ଗୁ, ଗୋଟିଏ ବି ଭୋଟ ଯେପରି ବାଦ ନ ପଡୁ, ଜୟଶ୍ରୀ ରାମ!’ ।

କଙ୍ଗନାଙ୍କ ଏହି ଭିଡିଓକୁ ଅନେକ ପସନ୍ଦ କରିଛନ୍ତି । ଏଯାଏଁ ୨ ଲକ୍ଷରୁ ଅଧିକ ୟୁଜର୍ସ ଏହାକୁ ଲାଇକ୍ କରିଥିବାବେଳେ ୯ହଜାରରୁ ଅଧିକ ୟୁଜର୍ସ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Related Posts