କରୋନା ମହାମାରୀକୁ ନେଇ କଲବଲ ହୋଇଗଲେଣି ସାରା ବିଶ୍ବ। ତେବେ 2022 ରେ ଏହି ମହାମାରୀ କବଳରୁ ମୁକ୍ତି ମିଳିପାରେ । ଏନେଇ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହି ଆଶ୍ୱସ୍ତିକର ଖବର ଦେଇଛି । ୨୦୨୨ରେ କରୋନା ମହାମାରୀର ଅନ୍ତ ହୋଇଯିବ ବୋଲି ଡବ୍ଲୁଏଚ୍ଓ ଆଶା ପ୍ରକାଶ କରିଛି । ଡବ୍ଲୁଏଚ୍ଓ ମହାନିର୍ଦ୍ଦେଶକ କହିଛନ୍ତି କରୋନା ବିରୋଧୀ ଲଢେଇରେ ଟିକା ହେଉଛି ମୁଖ୍ୟ ଅସ୍ତ୍ର । ଏହା ସହ ଟିକା ଅସମତା ଦୂର କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଟିକାର ଅସମତା ଯୋଗୁ ନୂଆ ଭ୍ୟାରିଆଂଟ ଜନ୍ମ ନେଉଛି । ଟିକା ଅସମତା ରହିଲେ ମହାମାରୀର ପ୍ରଭାବ ରହିବ ।
ଯେତେ ଶୀଘ୍ର ଟିକା ଅସମତା ଦୂର ହେବ, ସେତେ ଶୀଘ୍ର ମହାମାରୀର ଅନ୍ତ ହେବ । ଏବେ କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ୍ ସାରା ବିଶ୍ୱକୁ ଆତଙ୍କିତ କରିଛି । ଭାରତରେ ମଧ୍ୟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭାରତର କରୋନାର ତୃିତୀୟ ଲହର ଦ୍ୱାର ଦେଶରେ ପହଂଚି ସାରିଲାଣି । ଦୁଇ ବର୍ଷ ଧରି କରୋନା ମହାମାରୀ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଏହାରି ଭିତରେ ଡବ୍ଲୁଏଚଓର ଆକଳନ ସମସ୍ତଙ୍କୁ ଆଶ୍ୱସ୍ତି କରିଛି।