ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ମାଳମାଳ ତ୍ରୁଟି ପ୍ରସଙ୍ଗରେ ତନାଘନା କରୁଛନ୍ତି ଉନ୍ନୟନ କମିଶନର। ଏନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ତଦନ୍ତ ରିପୋର୍ଟ। ଉନ୍ନୟନ କମିଶନଙ୍କ କାର୍ଯ୍ୟାଳୟରେ ବୈଠକ ବସିଥିବାବେଳେ ଏଥିରେ ବିଜୟ କେତନ ଉପାଧ୍ୟାୟ, ଗଣଶିକ୍ଷା ସଚିବ ଏନ୍.ତିରୂମାଳା ନାୟକ, ଓଷେପା ନିର୍ଦ୍ଦେଶିକା ଅନନ୍ୟା ଦାସ, SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିଛନ୍ତି । ତଦନ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ଏହା ପୂର୍ବରୁ SCERT ଅଫିସରେ ବୈଠକ ବସିଥିଲା। ଏ ନେଇ ସମ୍ପୃକ୍ତ ଅଧିକାରୀଙ୍କୁ ପଚରାଉଚୁରା କରାଯାଉଥିବାବେଳେ ଏକାଧିକ ଦସ୍ତାବିଜ ଜବତ ହୋଇଛି ।
