
ସମଗ୍ର ବିଶ୍ୱରେ ତାଣ୍ଡବ ରଚିବାରେ ଲାଗିଛି କରୋନା |ଏହାରି ମଧ୍ୟରେ କରୋନା ର ରୂପ କୁ ନେଇ ଚିନ୍ତିତ ସମସ୍ତ ଦେଶ | ଦକ୍ଷିଣ ଆମେରିକୀୟ ଦେଶରେ ଓମିକ୍ରନ୍ ଭାରିଆଣ୍ଟ ଭୟ ସୃଷ୍ଟି କରିଥିବା ବେଳେ, ଗୁରୁବାର ଇକ୍ୟୁଏଡର୍ ପ୍ରଥମ ଦେଶ ଭାବେ ୫ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ପାଇଁ କରୋନା ଟିକାକରଣକୁ ବାଧ୍ୟତାମୂଳକ କରିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ୫ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କ ପିଲାଙ୍କ ଲାଗି ଇକ୍ୟୁଏଡର୍ କୋଭିଡ-୧୯ ବିରୋଧରେ ଟିକାକରଣକୁ ବାଧ୍ୟତାମୂଳକ ଘୋଷଣା କରିଛି। ମନ୍ତ୍ରଣାଳୟ ଏଏଫ୍ପିକୁ କହିଛି ଯେ ବାଧ୍ୟତାମୂଳକ ଟିକାକରଣ ପାଞ୍ଚ ବର୍ଷ ଏବଂ ତା’ଠାରୁ ଅଧିକ ବର୍ଷ ପିଲାଙ୍କ ଲାଗି ପ୍ରଯୁଜ୍ୟ।
ଇକ୍ୟୁଏଡରର ଜନସଂଖ୍ୟାର ପ୍ରାୟ ୬୯ ପ୍ରତିଶତ ଲୋକ ପ୍ରାୟ ୧୭.୭ ନିୟୁତ ଲୋକ ଆଜି ପର୍ଯ୍ୟନ୍ତ ଦୁଇଟି ଟିକା ଗ୍ରହଣ କରିଛନ୍ତି ଏବଂ ୯୦,୦୦୦ ବୁଷ୍ଟର ଡୋଜ ନେଇଛନ୍ତି। ପ୍ରାୟ ୫୪୦,୦୦୦ କରୋନା ଭାଇରସ୍ ମାମଲା ଚିହ୍ନଟ ହୋଇଥିବା ବେଳେ, ୩୩,୬୦୦ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଛି |