କାନାଡାର କ୍ୟୁବେକ୍‌ରେ ୩ଟି କଲେଜ ଅଚାନକ ବନ୍ଦ ହୋଇଛି । ଫଳରେ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ଅନ୍‌ଲାଇନରେ କ୍ଲାସ କରୁଥିବା ୭୦୦ ଛାତ୍ରଛାତ୍ରୀ ଅଧିକ ସଂକଟରେ ପଡ଼ିଛନ୍ତି । ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅଟକି ଯାଇଥିବା ବେଳେ, ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି ଛାତ୍ରଛାତ୍ରୀ ।

ଦେବାଳିଆ କାରଣ ଦର୍ଶାଇ କଲେଜ ଗୁଡ଼ିକୁ ବନ୍ଦ କରାଯାଇଥିବା ଦର୍ଶାଇଛି କଲେଜ କତୁର୍ପକ୍ଷ । ଏଥିସହ କଲେଜ କର୍ତ୍ତୃପକ୍ଷ ଫି’ ଫେରାଇବାକୁ ମଧ୍ୟ ମନା କରିଦେଇଛି ।

କୁହାଯାଉଛି ଯେ, ରାଇଜିଙ୍ଗ୍ ଫିନିକ୍ସ ଇଣ୍ଟରନ୍ୟାସନାଲ ଇଙ୍କର ୩ଟି କଲେଜ-ଏମ୍ କଲେଜ ଏଚ୍ ମଣ୍ଟ୍ରିଲ, ଶେରବ୍ରୁକରେ ସିଇଡି କଲେଜ ଓ ଲଙ୍ଗୟୁଇଲରେ ସିସିଏସକ୍ୟୁ କଲେଜକୁ ଅଚାନକ ବନ୍ଦ କରିଦିଆଯାଇଛି । ଏହି ୩ କଲେଜ କରୋନା କାଳରେ କ୍ଷତି ହୋଇଥିବା ଦର୍ଶାଇ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏହି ନିଷ୍ପତ୍ତି କାରଣରୁ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି । ଭାରତୀୟ ଛାତ୍ରଛାତ୍ରୀମାନେ ଓଟାୱାସ୍ଥିତ ଭାରତୀୟ ଉଚ୍ଚାୟୋଗ ସହିତ ସଂପର୍କ କରିଛନ୍ତି । ଭାରତୀୟ ଉଚ୍ଚାୟୋଗ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଡଭାଇଜରି ଜାରି କରାଯାଇଛି ।