କରୋନା ତାଣ୍ଡବ: ବିଶ୍ୱବ୍ୟାପୀ ୫୯ ଲକ୍ଷ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା

କରୋନା ଭାଇରସ ବିଶ୍ଵମହାମାରି ରୂପ ଧାରଣ କରି ସମଗ୍ର ଦେଶରେ ମୃତ୍ୟୁ ର ତାଣ୍ଡବ ରଚିଥିଲା । ଯାହାକୁ ନେଇ ବିଶ୍ୱବ୍ୟାପୀ ମୃତକଙ୍କ ସଂଖ୍ୟା ରେକର୍ଡ ଛୁଇଁଛି । ମୃତ୍ୟୁ ସଂଖ୍ୟା ୫୯ ଲକ୍ଷ ଅତିକ୍ରମ କରିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୫ ଲକ୍ଷ ୩୬ ହଜାର ୯୦୦ ଜଣ ଲୋକ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୯ ଲକ୍ଷ ୯୪ ହଜାର ୮୯୮ ଜଣ ସୁସ୍ଥ ହୋଇଥିଲା ବେଳେ ୭ହଜାର ୮୧୫ ଜଣଙ୍କର ମୃତ୍ୟୁ ହୋଇଛି ।

ଆଜି ପର୍ଯ୍ୟନ୍ତ ବିଶ୍ୱରେ କରୋନା ଭାଇରସ ଯୋଗୁଁ ମୋଟ ୪୨ କୋଟି ୩୫ ଲକ୍ଷ ୨ ହଜାର ୨୫୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୪ କୋଟି ୮୪ ଲକ୍ଷ ୯୮ ହଜାର ୮୪ ଜଣ ସୁସ୍ଥ ହୋଇଥିଲା ବେଳେ ୫୯ ଲକ୍ଷ ୧୬୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଏବେ ୬ କୋଟି ୯୧ ଲକ୍ଷ ୪ ହଜାର ୫ ଜଣଙ୍କର ଚିକିତ୍ସା ଜାରି ଥିବା ବେଳେ ୮୧ ହଜାର ୭୯୨ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

ଆସନ୍ତୁ ଜାଣିବା କେଉଁ ଦେଶରେ କରୋନାର ସ୍ଥିତି କିପରି ରହିଛି:

ବ୍ରାଜିଲ: ୨କୋଟି ୮୧ ଲକ୍ଷ ୬୭ ହଜାର ୫୮୭ ସଂକ୍ରମିତ, ୬ଲକ୍ଷ ୪୩ ହଜାର ୯୩୮ମୃତ

ଫ୍ରାନ୍ସ: ୨ କୋଟି ୨୨ ଲକ୍ଷ ୨୭ ହଜାର ୮୨୬ ସଂକ୍ରମିତ, ୧ ଲକ୍ଷ ୩୬ ହଜାର ୫୯୪ ମୃତ

ୟୁକେ: ୧ କୋଟି ୮୫ ଲକ୍ଷ ୮୦ ହଜାର ୨୧୬ ସଂକ୍ରମିତ, ୧ ଲକ୍ଷ ୬୦ ହଜାର ୫୦୭ ମୃତ

ଋଷିଆ: ୧ କୋଟି ୫୧ ଲକ୍ଷ ୯୯ ହଜାର ୭୨୦ ସଂକ୍ରମିତ, ୩ଲକ୍ଷ ୪୪ ହଜାର ୭୫୫ ମୃତ

ଜର୍ମାନୀ: ୧ କୋଟି ୩୪ ଲକ୍ଷ ୯୮ ହଜାର ୩୦୦ ସଂକ୍ରମିତ, ୧ ଲକ୍ଷ ୨୧ ହଜାର ୮୨୬ ମୃତ

ତୁର୍କୀ: ୧ କୋଟି ୩୪ ଲକ୍ଷ ୩୪ ହଜାର ୧୩୦ ସଂକ୍ରମିତ, ୯୨ ହଜାର ୧୮୮ ମୃତ

ଇଟାଲି: ୧ କୋଟି ୨୪ ଲକ୍ଷ ୨୭ ହଜାର ୭୭୩ ସଂକ୍ରମିତ, ୧ ଲକ୍ଷ ୫୨ ହଜାର ୮୪୮ ମୃତ

ସ୍ପେନ: ୧ କୋଟି ୮ ଲକ୍ଷ ୯ ହଜାର ୨୨୨ ସଂକ୍ରମିତ, ୯୭ ହଜାର ୯୯୮ ମୃତ

ଆର୍ଜେଣ୍ଟିନା: ୮୮ ଲକ୍ଷ ୨୩ ହଜାର ୫୪ ସଂକ୍ରମିତ, ୧ ଲକ୍ଷ ୨୫ ହଜାର ୧୮୫ମୃତ

Related Posts