ଅତି ଶୀଘ୍ର ଘୋଷଣା ହେବ ସରପଞ୍ଚ-ସମିତି ସଭ୍ୟ ସଂରକ୍ଷଣ ତାଲିକା : ପ୍ରତାପ ଜେନା

ସତ୍ୟପାଠ 28/12 ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ଖୁବ ଶୀଘ୍ର ସରକାର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିବେ । ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ପ୍ରକାଶ କରି ସାରିଛି ପଞ୍ଚାୟତିରାଜ ବିଭାଗ । ଏବେ ସରପଞ୍ଚ ସମିତି ସଭ୍ୟ ଇତ୍ୟାଦି ତାଲିକା ପ୍ରକାଶ କରାଯିବ । ଏନେଇ ସମସ୍ତ ପ୍ରକ୍ରିୟା ଶେଷ କରିଛି ପଞ୍ଚାୟତ ରାଜ ବିଭାଗ । ସମସ୍ତ ସଂରକ୍ଷଣ ତାଲିକା ଚୂଡାନ୍ତ କରି ନିର୍ବାଚନ ଆୟୋଗକୁ ଦିଆଯିବ । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପ୍ରକ୍ରିୟା ହେଉଥିବାରୁ ନିର୍ବାଚନ ତାରିଖ ଘୋଷଣା ବିଳମ୍ବ ହେଉଛି । ସଂରକ୍ଷଣ ୫୦ ପ୍ରତିଶତ ଟପିବନି ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛି । ତେଣୁ ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବେ ।

Related Posts