ଭୁବନେଶ୍ବର (ସତ୍ୟପାଠ ବ୍ୟୁରୋ): ଭବନେଶ୍ବର ଲୋଏର ପିଏମଜିରେ ଆମରଣ ଅନଶନରେ ବସିଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି ଚାମେଲି ଓଝା। କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା ଜାରି ରଖିଛନ୍ତି । ନ୍ୟାୟ ଦାବିରେ ଲୋୟର ପିଏମଜିରେ ଆମରଣ ଅନଶନରେ ବସିଥିଲେ ମହାକାଳପଡ଼ା ବ୍ଲକ ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝା। ଦୁଇଟି ମୁଖ୍ୟ ଦାବି ପୂରଣ ପାଇଁ ସେ ଏହି ଧାରଣା ଦେଇଥିଲେ। ତେବେ ଅନଶନ ବେଳେ ହଠାତ ସେ ଅସୁସ୍ଥ ହୋଇପଡ଼ିଛନ୍ତି।
