ଅଭିନେତ୍ରୀ ମୋହେନା କୁମାରୀ ସିଂହଙ୍କ ଘରକୁ ଆସିବ ନୂଆ ଅତିଥି: ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ଦେଲେ ସୂଚନା

ଲୋକପ୍ରିୟ ଟିଭି ସିରିଏଲ୍‌ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍‌ ଅଭିନେତ୍ରୀ ମୋହେନା କୁମାରୀ ସିଂହଙ୍କ ଘରକୁ ଆସିବ ନୂଆ ଅତିଥି। ଏନେଇ ସେ ନିଜେ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ନିଜ ବେବି ବମ୍ପ ସହ ଫଟୋ ଶେଆର କରି ଲେଖିଛନ୍ତି, ‘ଏକ ନୂଆ ପ୍ରାରମ୍ଭର ଆରମ୍ଭ। ସମସ୍ତଙ୍କ ସହ ଖୁସି ଖବର ଶେଆର କରୁଛି।’ ଏହି ଫଟୋରେ ସେ ତାଙ୍କ ସ୍ୱାମୀ ସୁୟଶଙ୍କ ସହ ଓ ନିଜ ପରିବାର ସଦସ୍ୟଙ୍କ ସହ ମଧ୍ୟ ନଜର ଆସିଛନ୍ତି।

ବିବାହ ପର ଠାରୁ ମୋହେନା ଅଭିନୟ ଜଗତ ଠାରୁ ଦୂରେଇ ରହିଛନ୍ତି। ସେ ନିଜର ଫ୍ୟାମିଲି ଲାଇଫ ଏନ୍‌ଜୟ କରୁଛନ୍ତି। ସୂଚନା ମୁତାବକ, ମୋହେନା କୁମାରୀ ସିଂହ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ସମେତ ‘ପ୍ୟାର୍‌ ତୁନେ କ୍ୟା କିଆ’ ଏବଂ ‘ଦିଲ ଦୋସ୍ତି ଡ୍ୟାନ୍ସ’ ଭଳି ଶୋ’ରେ ମଧ୍ୟରେ ନଜର ଆସିସାରିଛନ୍ତି। ସେ ରିଆଲିଟି ଶୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜନ-୩ରେ ଭାଗ ନେଇଥିଲେ। କେବଳ ସେତିକି ନୁହେଁ ରିଆଲିଟି ଶୋ’ ‘ଝଲକ୍‌ ଦିଖଲା ଜା’ରେ ମଧ୍ୟ ଭାଗ ନେଇଥିଲେ ମୋହେନା ।

Related Posts