ପୁନେ,(ସତ୍ୟପାଠ ବ୍ୟୁରୋ) : ପଞ୍ଚତତ୍ତ୍ୱରେ ବିଲୀନ ହେଲେ ପ୍ରଖ୍ୟାତ ଅଭିନେତା ନାନା ପାଟେକର। ବିଳମ୍ବିତ ରାତିରେ ପୁଣେର ଡୋଞ୍ଜେ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ନାନାଙ୍କ ଇଚ୍ଛା ଅନୁସାରେ ତାଙ୍କ ଫାର୍ମହାଉସରେ ହିଁ ପୁଅ ମଲ୍ହାର ପାଟେକର ପିତାଙ୍କୁ ମୁଖାଗ୍ନି ଦେଇ ଶେଷକୃତ ସମ୍ପନ୍ନ କରିଥିଲେ। ଅନେକ ଆଲୋଚନାରେ ନାନା କହିଥିଲେ, ‘ଜନ୍ମ ମୃତ୍ୟୁ ଏହା ହିଁ ସତ। ଜନ୍ମ ହୋଇଛେ ମାନେ ମୃତ୍ୟୁ ନିଶ୍ଚିତ। ମୋର ଇଚ୍ଛା, ମୋର ମୃତ୍ୟୁ ପରେ ଫାର୍ମହାଉସରେ ହିଁ ମୋର ଜୁଇ ଜଳାଯିବ।’ ଏହି ସମୟରେ ‘ନାନା ସାହେବ ଅମର ରହେ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମ୍ପୂର୍ଣ୍ଣ ପରିବେଶ। ଗତ ଅକ୍ଟୋବର ୮ ତାରିଖରେ ନାନାଙ୍କ ହୃଦଘାତ ଯୋଗୁଁ ୭୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା। ୧ ଜାନୁଆରୀ ୧୯୫୧ରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ସ୍ଥିତ ମୁରୁଦ-ଜଂଜୀରାରେ ଜନ୍ମଗ୍ରହଣ କରିଥିଲେ ନାନା । ପିଲାଦିନୁ କଳା ପ୍ରତି ତାଙ୍କର ରୁଚି ଥିଲା । ସେଥିପାଇଁ ପରବର୍ତ୍ତୀ ସମୟରେ ମୁମ୍ବାଇର ପ୍ରସିଦ୍ଧ ବାନ୍ଦ୍ରା ସ୍କୁଲ ଅଫ୍ ଆର୍ଟରେ ସେ ଅଧ୍ୟୟନ କରିଥିଲେ ।