ଅଷ୍ଟ୍ରେଲିଆର ଲୋୱି ଇନଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରକାଶିତ ତାଲିକାରେ ଏସିଆର ଚତୁର୍ଥ ଶକ୍ତିଶାଳୀ ଦେଶ ଭାରତ

ଅଷ୍ଟ୍ରେଲିଆର ଲୋୱି ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଶକ୍ତିଶାଳୀ ଦେଶ ତାଲିକା ପ୍ରକାଶ ପାଇଛି । ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ପ୍ରମୁଖ ଏସୀୟ ଦେଶର ପ୍ରଭାବ ହ୍ରାସ ପାଇଥିବା ବେଳେ ଆମେରିକା ଉତ୍ତମ କୂଟନୀତି ବଳରେ ନିଜର କୂଟନୀତି ଓ ପ୍ରଭାବ ବଳରେ ଏସିଆରେ ସବୁଠୁ ପ୍ରଭାବଶାଳୀ ଦେଶର ସ୍ଥାନ ବଜାୟ ରଖିପାରିଛି। ପୂର୍ବରୁ ଚୀନ୍ ଏକ ନମ୍ବରରେ ଥିବାବେଳେ ସେ ଦୁଇ ନମ୍ବରକୁ ଖସିଯାଇଛି ଓ ତା’ର ସ୍ଥାନ ନେଇଛି ଆମେରିକା। ସବୁଠାରୁ କ୍ଷମତାଶାଳୀ ଦେଶ ହିସାବରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଭାରତ ଉପରକୁ ଜାପାନ ଅଛି ତୃତୀୟରେ ଏବଂ ତଳକୁ ରୁଷିଆ ଅଛି ପଞ୍ଚମରେ। ଏସିଆନ ପାୱାର ଇଣ୍ଡେକ୍ସ ୨୦୨୧ରେ ସିଡ୍‌ନୀ-ସ୍ଥିତ ଲୋୱି ଇନ୍‌ଷ୍ଟିଚ୍ୟୁଟ୍ ସବୁଠୁ କ୍ଷମତାଶାଳୀଙ୍କ ଅଧଃକ୍ରମରେ ୨୬ଟି ଦେଶର ତାଲିକା କରିଛି। ଏଥିରେ କୁହାଯାଇଛି ଯେ, କୂଟନୈତିକ ଓ ସାଂସ୍କୃତିକ ପ୍ରଭାବଠାରୁ ଆରମ୍ଭ କରି ଅର୍ଥନୈତିକ କ୍ଷମତା ପର୍ଯ୍ୟନ୍ତ ପୂର୍ବାପେକ୍ଷା ଚୀନ୍‌ର ସୂଚକାଙ୍କ ହ୍ରାସ ପାଇଛି।

Related Posts