ଭାରତର ହରନାଜ କୌର ସନ୍ଧୁ ହେଲେ 2021 ମିସ୍ ୟୁନିଭର୍ସ

ଭାରତର ଝିଅ ହରନାଜ କୌର ସନ୍ଧୁ ହେଲେ ଚଳିତ ବର୍ଷର ମିସ୍ ୟୁନିଭର୍ସ । ତେବେ ଦୀର୍ଘ ୨୧ ବର୍ଷ ପରେ ଭାରତକୁ ଏହି ଟାଇଟଲ ମିଳିଛି । ୭୦ ତମ ମିସ୍ ୟୁନିଭର୍ସ ଭାବେ ବିଜେତା ହୋଇଛନ୍ତି ହରନାଜ କୌର । ୭୦ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ସୋମବାର ସକାଳୁ ଇଜ୍ରାଏଲର ଇଲିୟଟରେ ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ହରନାଜ କୌର ବିଶ୍ୱର ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ । ତେବେ ଶେଷଥର ପାଇଁ ୨୦୦୦ ମସିହାରେ ଭାରତର ଝିଅ ଲାରା ଦତ୍ତ ଏହି ପ୍ରତିଯୋଗିତା ଜିତିଥିଲେ । ତୃତୀୟ ଭାରତୀୟ ଭାବେ ହରନାଜ ଏହି ଟାଇଟଲ ଜିତିଛନ୍ତି ।

ସୂଚନାଯୋଗ୍ୟ ଯେ, ହରନାଜ କୌର ହେଉଛନ୍ତିି ଭାରତର ଚଣ୍ଡୀଗଡର ବାସିନ୍ଧା । ତାଙ୍କର ଜନ୍ମ ଏକ ଶିଖ୍ ପରିବାରରେ ହୋଇଥିଲା । ତେବେ ମିଳିଥିିବା ସୂଚନା ମୁତାବକ, ହରନାଜ ୨୦୧୭ରେ ମିସ୍ ଚଣ୍ଡୀଗଡର ଟାଇଟଲ ମଧ୍ୟ ଜିତିଥିଲେ । ଏହାପରେ ୨୦୧୮ରେ ସେ ମିସ୍ ମ୍ୟାକ୍ସ ଇମର୍ଜିଂ ଷ୍ଟାର ଇଣ୍ଡିଆ ଟାଇଟଲ ଜିତିଥିଲେ । ଦୁଇ ଦୁଇଟି ଟାଇଟଲ ଜିତିବା ପରେ ସେ ୨୦୧୯ରେ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେଠାରେ ଟପ୍ ୧୨ରେ ମଧ୍ୟ ସ୍ଥାନ ପାଇଥିଲେ।

Related Posts