ଇସ୍ତଫା ଦେଲେ ଇଣ୍ଡିଗୋ କମ୍ପାନୀର ସହ ପ୍ରତିଷ୍ଠାତା ରାକେଶ ଗଙ୍ଗୱାଲ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଇସ୍ତଫା ଦେଲେ ଇଣ୍ଡିଗୋ କମ୍ପାନୀର ସହ ପ୍ରତିଷ୍ଠାତା ରାକେଶ ଗଙ୍ଗୱାଲ । ସେ ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେବା ସହ କମ୍ପାନୀରେ ଥିବା ନିଜର ଅଂଶଧନ ମଧ୍ୟ ହ୍ରାସ କରିବେ। ଗଙ୍ଗୱାଲ ଓ ତାଙ୍କ ପରିବାର ସଦସ୍ୟଙ୍କ ୩୬.୬୧% ଅଂଶଧନ ଇଣ୍ଡିଗୋର ମୂଳ କମ୍ପାନୀ ଇଣ୍ଟରଗ୍ଲୋବ ଆଭିଏସନରେ ରହିଛି। ସେହିପରି ଇଣ୍ଡିଗୋର ଅନ୍ୟତମ ପ୍ରତିଷ୍ଠାତା ରାହୁଲ ଭାଟିଆ ଓ ତାଙ୍କ ପରିବାର ସଦସ୍ୟଙ୍କର ୩୭.୮% ଅଂଶଧନ କମ୍ପାନୀରେ ରହିଛି। ଏହାର ଅର୍ଥ କମ୍ପାନୀର ଅଧିକାଂଶ ଅଂଶଧନ ଏହି ଦୁଇ ପ୍ରତିଷ୍ଠାତାଙ୍କ ନାଁରେ ଅଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୦ରେ ରାକେଶ କମ୍ପାନୀର ଆର୍ଟିକିଲ ଆସୋସିଏସନର ନିୟମରେ କିଛିଟା ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ରାହୁଲ ଏଥିରେ ରାଜି ହୋଇ ନଥିଲେ। ଏଥିପାଇଁ ଦୁହିଁଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା।

ଅଣ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରୁଥିବା ରାକେଶ କମ୍ପାନୀ କର୍ପୋରେଟ ଗଭର୍ଣ୍ଣାସ ନିୟମ ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ କରିଥିଲେ। ସେ ନିୟମକୁ ପରବିର୍ତ୍ତନ କରି ଇଣ୍ଟରଗ୍ଲୋବ ସର୍ବସାଧାରଣ ପାଇଁ ଜାରି କରିଥିବା ଶେୟାରକୁ କମ୍ପାନୀର ସହ ପ୍ରତିଷ୍ଠାତା କିଣିପାରିବା ଭଳି ବ୍ୟବସ୍ଥା କରିବାକୁ କହିଥିଲେ। ଏସବୁକୁ ନେଇ ବିବାଦ ଚାଲିଥିବା ବେଳେ ଗତବର୍ଷ ଡିସେମ୍ବରରେ ନିୟମ ପରବିର୍ତ୍ତନ ହୋଇଥିଲା। ତୃତୀୟ ପକ୍ଷକୁ କମ୍ପାନୀର ଅଂଶଧନ ବିକ୍ରି କିମ୍ବା ଟ୍ରାନ୍ସଫର କରିବା ଉପରେ ରୋକ ଲଗାଉଥିବା ନିୟମକୁ ଉଚ୍ଛେଦ କରାଯାଇଥିଲା।

Related Posts