ଆଜିଠୁ 24ତମ ସର୍ଵଭାରତୀୟ ଆଇନଜୀବୀ କ୍ରିକେଟ ପ୍ରତିଯୋଗିତା ଆରମ୍ଭ

24ତମ ସର୍ଵଭାରତୀୟ ଆଇନଜୀବୀ କ୍ରିକେଟ ପ୍ରତିଯୋଗିତା ଆଜିଠୁ ଆରମ୍ଭ ହୋଇଛି | 5 ଦିନିଆ ଟୁର୍ଣ୍ଣାମେଣ୍ଟରେ ଭାରତର 12ଟି ବାର ସଂଘ ଭାଗ ନେବେ |

ଓଡିଶା ଆଇନଜୀବୀ କ୍ରିକେଟ ସଂଘ ଓ ସର୍ବଭାରତୀୟ କ୍ରିକେଟ ଆଇନଜୀବୀ କ୍ରିକେଟ ସଂଘର ମିଳିଚ ଆନୁକୂଲ୍ୟରେ କଟକର ତିନୋଟି ଗ୍ରାଉଣ୍ଡ ନିମପୁର , ଡ୍ରିମ୍ସ ଓ ସନସାଇନ ଏହି ପ୍ରତିଯୋଗିତା ହେବ । ୨୭ ତାରିଖରେ ସେମିଫାଇନାଲ ଓ ୨୮ରେ ଫାଇନାଲ ମ୍ୟାଚ ଖେଳାଯିବ । ଗତକାଲି ପ୍ରତିଯୋଗିତା ଉଦଘାଟନୀ କାର୍ଯ୍ୟକ୍ରମ କଟକ କ୍ଲବ ପରିସରରେ ହୋଇଥିଲା । ଏଥିରେ ଓଡିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ପ୍ରତିଯୋଗିତା ଟ୍ରଫି ଓ ଅଂଶଗ୍ରହଣକାରୀ ଦଳମାନଙ୍କର ଜର୍ସି ଉନ୍ମୋଚିତ ହୋଇଥିଲା ।ରାଜ୍ୟ ତଥା ଜାତୀୟ ସ୍ତରୀୟ ଆଇନଜୀବୀ ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଓ ଭାଇଚାରା ବଜାୟ ରଖିବାକୁ ଏହି ମେଗା ଟୁର୍ଣ୍ଣାମେଣ୍ଟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା ରଖିଛି ଓଡିଶା ଆଇନଜୀବୀ କ୍ରିକେଟ ସଂଘ । ଉଦଘାଟନ ଉତ୍ସବରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼ଃ ଏସ ମୁରଲୀଧର , ବିଚାରପତି ସଙ୍ଗମ ସାହୁ , ବିଚାରପତି ଆଦିତ୍ୟ କୁମାର ମହାପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ଆଇନଜୀବୀ ଓ ଅନ୍ୟ ରାଜ୍ୟ ବାର ସଂଘରୁ ଆସିଥିବା ଖେଳାଳି ଉପସ୍ଥିତ ରହିଥିଲେ ।

Related Posts