ରାଜ୍ୟରେ ପ୍ରଥମ ଡୋଜ କରୋନା ଟିକାକରଣକୁ ନେଇ ଆସିଲା ରିପୋର୍ଟ

କରୋନା କୁ ମାତ ଦେବା ପାଇଁ ରାଜ୍ୟରେ ଜାରି ରହିଛି ଟୀକାକରଣ | ତେବେ କେତେ ଟୀକା ଦିଆଯାଇଛି, କେତେଲୋକ ଏଯାବତ ଟୀକା ନେଇ ନାହାନ୍ତି ସେନେଇ ପରିବାର କଲ୍ଯାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି | ଆଜି ପର୍ଯ୍ୟନ୍ତ ରାଜ୍ୟରେ 4 କୋଟି 82 ଲକ୍ଷ ଟିକା ଦିଆସରିଥିବା ବେଳେ 2 କୋଟି 88 ଲକ୍ଷ ପ୍ରଥମ ଡୋଜ ଦିଆଯାଇଛି ଯାହା ୮୯ ପ୍ରତିଶତ । ସେହିପରି 37 ଲକ୍ଷ ଲୋକ ପ୍ରଥମ ଡୋଜ ଟିକା ଏବେ ବି ନେଇ ନଥିବାବେଳେ 31 ଲକ୍ଷ ଦ୍ଵିତୀୟ ଡୋଜ ମଧ୍ୟ ନେଇନାହାନ୍ତି ।

ରାଜ୍ୟରେ ପ୍ରଥମ ଡୋଜ କୋରୋନା ଟିକା ନେଇନାହାନ୍ତି 37 ଲକ୍ଷତେବେ ଜାନୁଆରୀ 15 ସୁଦ୍ଧା ପ୍ରଥମ ଡୋଜ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ରାଜ୍ୟରେ ଟିକା ମହଜୁଦ ହୋଇ ରହିଛି। ଗାଁ ଗାଁରେ ମୋବାଇଲ ଭ୍ୟାନ ବୁଲିବା ସହ ଟୀକାକରଣ କରାଯାଉଛି । ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଟିକା ନେବା ପାଇଁ ANM ଓ ଆଶା କର୍ମୀମାନେ ସେମାନଙ୍କୁ ଅନୁରୋଧ କରିଛନ୍ତି।

Related Posts