ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମନନଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ

ପଞ୍ଜାବ ନିର୍ବାଚନ ମଧ୍ୟରେ ପଞ୍ଜାବର ଆମ ଆଦମୀ ପାର୍ଟି(ଆପ)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମନନଙ୍କୁ ଟାର୍ଗେଟ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ | ସେ ଜଣେ ମଦ୍ୟପ ଏବଂ ଅଶିକ୍ଷିତ ବ୍ୟକ୍ତି ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି। ଭଗୱନ୍ତ ୩ ବର୍ଷରେ ଦ୍ୱାଦଶ ପାସ୍‌ କରିଛନ୍ତି। ଏଭଳି ଜଣେ ବ୍ୟକ୍ତିଙ୍କୁ ପଞ୍ଜାବର ଭାଗ୍ୟକୁ କେମିତି ଦେଇଦେବୁ ବୋଲି ଚନ୍ନି ପ୍ରଶ୍ନ କରିଛନ୍ତି। ଭଟିଣ୍ଡାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ଏମିତି କହିଛନ୍ତି ଚନ୍ନି। ଦୁଇ ଦିନ ପୂର୍ବେ ଚନ୍ନିଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ପ୍ରଶ୍ନ ଉଠାଇଥିଲା ଆପ୍‌। ଏହାର ଜବାବରେ ଚନ୍ନି ଏଭଳି ଟିପ୍ପଣୀ ରଖିଛନ୍ତି।

ପଞ୍ଜାବରେ କ୍ଷମତାସୀନ ଥିବା କଂଗ୍ରେସ ସରକାର ଦିଲ୍ଲୀରୁ ପରିଚାଳିତ ହେଉଛି। ଏଠିକାର କଂଗ୍ରେସର ରିମୋଟ କଣ୍ଟ୍ରୋଲ ଦିଲ୍ଲୀରେ ବସିଥିବା ନେତାଙ୍କ ହାତରେ ରହିଛି। ହେଲେ ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଠନ କଲେ ପଞ୍ଜାବରୁ ହିଁ ପରିଚାଳନା କରିବ। ଏକ କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ ଦେଇ ଏହା କହିଥିଲେ।

Related Posts