କାବୁଲ, (ସତ୍ୟପାଠବ୍ୟୁରୋ): ସକାଳୁ ସକାଳୁ ଥରିଉଠିଲା ପଡୋଶୀ ଦେଶ ଆଫଗାନିସ୍ତାନ। ସୋମବାର ସକାଳେ ଏଠାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି (ଏନସିଏସ)ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଭାରତୀୟ ସମୟ ଅନୁଯାୟୀ ସକାଳ ୫ଟା ୩୬ ମିନିଟ୍ ୨୩ ସେକେଣ୍ଡରେ ଏହି ଭୂମିକମ୍ପ ହୋଇଥିଲା । ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠରୁ ପ୍ରାୟ ୧୩୦ କିଲୋମିଟର ଗଭାରରେ ରହିଥିବା ବେଳେ ଏହାର କେନ୍ଦ୍ର ୩୬.୧୧୪ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୦.୮୨୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରେକର୍ଡ ହୋଇଛି।